www.samajalive.in
Monday, December 8, 2025
20.1 C
Bhubaneswar

କଂଗ୍ରେସ ଏକାକୀ ମୋଦୀଙ୍କୁ ହରାଇପାରିବ ନାହିଁ: ଆଣ୍ଟୋନୀ

ଥିରୁଭାନନ୍ଥପୁରମ୍‍: ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପିକୁ ହରାଇପାରିବ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଏ କେ ଆଣ୍ଟୋନୀ। ଦଳର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ବେଳେ ଆଣ୍ଟୋନୀ କହିଛନ୍ତି ଯେ ଏକାକୀ ଲଢ଼ି ମୋଦୀଙ୍କୁ ହରାଇବା ସ୍ଥିତିରେ କଂଗ୍ରେସ ନାହିଁ। କିନ୍ତୁ ମୋଦୀଙ୍କୁ କ୍ଷମତାଚ୍ୟୁତ କରିବାରେ କଂଗ୍ରେସ ପ୍ରମୁଖ ଭୂମିକା ନିର୍ବାହ କରିବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧୀ ଜଣେ ଶକ୍ତିଶାଳୀ ନେତା ଭାବେ ଉଭା ହୋଇଛନ୍ତି। ସେଥିପାଇଁ ମୋଦୀ ରାହୁଲ୍‍ଙ୍କୁ ଭୟ କରୁଛନ୍ତି। ଆଗାମୀ ଲୋକସଭା ନିର୍ବାଚନକୁ କୁରୁକ୍ଷେତ୍ର ଯୁଦ୍ଧ ଭାବେ ବର୍ଣ୍ଣନା କରି ଆଣ୍ଟୋନୀ କହିଛନ୍ତି ଯେ ଦେଶକୁ ରକ୍ଷା କରିବା ପାଇଁ ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ କ୍ଷମତାରୁ ଦୂରେଇ ରଖିବା ଆବଶ୍ୟକ। ନିର୍ବାଚନରେ କାହାକୁ ଟିକେଟ୍‍ ମିଳିବା ଉଚିତ ତାହା ଦଳର ନେତା ନିର୍ଣ୍ଣୟ ନ କରି ନିଷ୍ପତ୍ତି ଜିଲା କମିଟି ଚୟନ କରିବା ଆବଶ୍ୟକ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories