www.samajalive.in
Monday, December 8, 2025
20.1 C
Bhubaneswar

ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ ସଂକ୍ରାନ୍ତୀୟ ବୈଠକ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନେଇ ବୈଠକ ଆଜି କୃଷିଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଆଜିର ସମୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୃତ୍ତିକାର ଗୁଣବତ୍ତା ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ମୃତ୍ତିକାର ଗୁଣବତ୍ତା ଅନୁଯାୟୀ ଫସଲ ଲଗାଇଲେ ଓ ସାର, ଜୈବିକ ଖତ ବ୍ୟବହାର କଲେ ଉତ୍ପାଦନରେ ବୃଦ୍ଧି ଘଟିବା ସହ ଚାଷୀ କୃଷିରୁ ଲାଭ ପାଇପାରିବେ । ସଂପ୍ରତି ସରକାରଙ୍କ ଦ୍ୱାରା ମୃତ୍ତିକାର ସ୍ୱାସ୍ଥ୍ୟ ପରୀକ୍ଷଣ ଚାଲିଛି । ଥରେ ଚାଷୀ ନିଜ ଜମିର ମୃତ୍ତିକା ପରୀକ୍ଷଣ କଲେ ଏହାର ରିପୋର୍ଟ ୩ ବର୍ଷ ପର୍ଯ୍ୟନ୍ତ ବୈଧ ଅଟେ ।

ବର୍ତ୍ତମାନ ସମୟରେ ରାଜ୍ୟରେ ପ୍ରାୟ ୫ ଲକ୍ଷ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଉଛି । ସରକାର ଏବେ ଅଧିକରୁ ଅଧିକ ମୃତ୍ତିକା ପରୀକ୍ଷଣ ନିମନ୍ତେ ଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ମେସିନ୍‌ ସହାୟତାରେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ କରିବାକୁ ଯୋଜନା କରୁଛନ୍ତି । ଏହା ଦ୍ୱାରା ମାତ୍ର କିଛି ମିନିଟ୍‌ ମଧ୍ୟରେ ଚାଷୀ ନିଜ ଜମିର ପରୀକ୍ଷଣ ରିପୋର୍ଟ ପାଇପାରିବେ । ଏଭଳି ସୁବିଧା ପ୍ରଦାନକାରୀ ଏକ ବୈଷୟିକ ସଂସ୍ଥା ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ନିଜର ସେବା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଏହାକୁ କୃଷକଙ୍କ ହିତରେ ଓ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣକୁ ସହଜସାଧ୍ୟ କରିବା ନିମନ୍ତେ ବ୍ୟବହାର କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ସିଂହଦେଓ କହିଥିଲେ ।

- Advertisement -

ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ୍‌ କଲ୍ୟାଣଙ୍କ ସମେତ ବହୁ ବରିଷ୍ଠ ଅଧକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories