ଭାଷା ଆନ୍ଦୋଳନ ପାଇଁ ହୋ ସମାଜ ପ୍ରତିନିଧିଙ୍କ ଦିଲ୍ଲୀ ଯାତ୍ରା
ପାଟଣା : ଆସନ୍ତା ୧୪ ତାରିଖରେ ଦିଲ୍ଲୀର ଯନ୍ତର ମନ୍ତରଠାରେ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ ଆନ୍ଦୋଳନ ଡାକରା ଦିଆଯାଇଛି। ଏନେଇ ଆଜି ଘଟଗାଁ ବ୍ଲକ ହୋ ସମାଜ ପ୍ରତିନିଧି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅବସରରେ ହୋ ସମାଜ ପକ୍ଷରୁ ତାଙ୍କୁ ବନ୍ଦାପନା କରି ପାରମ୍ପରିକ ନୃତ୍ୟରେ ବିଦାୟ ଦିଆଯାଇଛି । ଘଟଗାଁ ବ୍ଲକ ବିର୍ସା ମୁଣ୍ଡା ମାର୍ଶାଲ ହୋ ଆକଳା ପକ୍ଷରୁ ହୋ ସମାଜ ଉପଦେଷ୍ଟା ପାଣ୍ଡବ ଚାତମା, ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା, ରାମ ହେମ୍ବ୍ରମ, ନାରାୟଣ ପୁର୍ତ୍ତୀ ଓ ରାମରାୟ ମୁନ୍ଦିଆ, ପ୍ରହଲ୍ଲାଦ ଗାଗରାଇ, ଗୈାରାଙ୍ଗ ମୁଣ୍ଡା, ଲାଲମୋହନ ମୁଣ୍ଡା, ସାଲୁକା ମୁଣ୍ଡା ପ୍ରମୁଖ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।
Comments are closed.