www.samajalive.in
Monday, December 8, 2025
17.1 C
Bhubaneswar

ବର୍ଷା ବିତ୍ପାତ: ଭାଙ୍ଗିଲା ଗଛ, ଧୋଇଲା ରାସ୍ତା, ଘରେ ପଶିଲା ପାଣି

ଲାଞ୍ଜିଗଡ଼: ରବିବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଛାଡିବାର ନାଁ ଧରୁନି। ୨୪ ଘଣ୍ଟାରୁ ଅଧିକ ସମୟ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଜନଜୀବନ ବେହାଲ ହୋଇପଡ଼ିଛି। ବିଭିନ୍ନ ଖାଲୁଆ ସ୍ଥାନଗୁଡ଼ିକରେ ପାଣି ଜମିବା ସହିତ ଘରଗୁଡିକରେ ମଧ୍ୟ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ବ୍ଲକର ବାତେଲିମା ପଞ୍ଚାୟତ ଚଣାଲିମା ଗାଁରେ ବର୍ଷାପାଣି ପଶିଯିବାରୁ ଲୋକେ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଛନ୍ତି। ଲୋକଙ୍କ ଘରେ ଓ ଗୁହାଳ ଘରେ ଆଣ୍ଠୁଏ ବର୍ଷାପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଛତ୍ରପୁର, ପାଇକପଡା, ବଳଭଦ୍ରପୁର, ସିମିଳିଭଟା, ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତା, ହସ୍ପିଟାଲ, ଥାନା ପଛପଟ ଗଳି, ବଡପଡା, ଚମ୍ପାଦେଇପୁର, ବିଶ୍ୱନାଥପୁର, ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁର ଗାଁରେ ମଧ୍ୟ ଘରଗୁଡ଼ିକରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ଏପରିକି ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ଅଗ୍ନିଶମ ବିଭାଗ ଦ୍ୱାରା ଅବରୋଧ ହଟାଯାଇଛି। ଲାଞ୍ଜିଗଡ଼ ଥାନା ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିକଡେ ପାଣି ଜମିଯିବାରୁ ବିପଦ ଆଶଙ୍କା କରି ଲାଞ୍ଜିଗଡ଼ ସହରରେ ବିଦ୍ୟୁତକାଟ କରାଯାଇଛି। ଲାଞ୍ଜିଗଡ଼ କାଶିବାଡି ନିକଟସ୍ଥ ପୋଲରେ ମାଟି ଧସି ରାସ୍ତା ଅଧା ଧୋଇଯାଇଛି। ଲଗାଣ ବର୍ଷା ଜାରି ରହିଥିବାବେଳେ ଲୋକେ ଏବେ ଆଶା ଆଶଙ୍କାରେ ରହିଛନ୍ତି। ଲାଞ୍ଜିଗଡ଼ରୁ ମୁନିଗୁଡା ଯିବା ରାସ୍ତାରେ ତିନି ଫୁଟ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories