www.samajalive.in
Monday, December 8, 2025
27.1 C
Bhubaneswar

ହରିୟାଣାରେ ଏକା ଲଢ଼ିବାକୁ ପ୍ରସ୍ତୁତ ହେଉଛି ଆପ୍

ସମାଜ ଡିଜିଟାଲ​‌ ଡେସ୍କ: ଆମ ଆଦମୀ ପାର୍ଟି(ଆପ) ଏକ ଜାତୀୟ ଦଳ। ତେଣୁ ହରିୟାଣା ବିଧାନସଭା ନିର୍ବାଚନରେ ଆପ୍‌ ଏକା ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ସିଂହ।

ସଞ୍ଜୟ କହିଛନ୍ତି, ଆମ ପାଖରେ ଅଧିକ ସମୟ ନାହିଁ। ଆପ୍‌ ଏକ ଜାତୀୟ ରାଜନୈତିକ ଦଳ। ହରିୟାଣାରେ ଆମ ସଂଗଠନ ସୁଦୃଢ଼ ରହିଛି। ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଦଳ ପ୍ରସ୍ତୁତ ଥିବା ନେଇ ସନ୍ଦୀପ ପାଠକ ଏବଂ ରାଜ୍ୟ ସଭାପତି ସୁଶୀଲ ଗୁପ୍ତା ସ୍ପଷ୍ଟ କରିଦେଇଛନ୍ତି। ସଂଗଠନ ଏବଂ ରାଷ୍ଟ୍ରୀୟ ସଭାପତି ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ଅନୁମତି ମିଳିବା ପରେ ଆମେ ଏ ସମ୍ପର୍କରେ ଘୋଷଣା କରିବୁ।

- Advertisement -

ହରିୟାଣା ଆପ୍‌ ସଭାପତି ସୁଶୀଲ ଗୁପ୍ତା କହିଛନ୍ତି, ରାଜ୍ୟରେ ମେଣ୍ଟ କରି ନିର୍ବାଚନ ଲଢ଼ିବା ସମ୍ପର୍କରେ ଦଳୀୟ ସଭାପତିଙ୍କଠାରୁ କୌଣସି ଖବର ମିଳିନାହିଁ। ସୋମବାର ସନ୍ଧ୍ୟା ସୁଦ୍ଧା ମେଣ୍ଟ ବିଷୟରେ ଦଳ ପକ୍ଷରୁ କିଛି କୁହା ନ ଗଲେ ତୁରନ୍ତ ୯୦ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories