www.samajalive.in
Monday, December 8, 2025
27.1 C
Bhubaneswar

୧୪ ବର୍ଷ ପରେ କମାଲ୍‌ କରିବ ଅକ୍ଷୟ-ପ୍ରିୟଦର୍ଶନ ଯୋଡ଼ି, ସାମ୍ନାକୁ ଆସିଲା ପ୍ରଥମ ଝଲକ

ସମାଜ ଡିଜିଟାଲ ଡେସ୍କ: ପୁଣି ନିଜ କମେଡ଼ି ଅବତାରକୁ ଫେରୁଛନ୍ତି ଅଭିନେତା ଅକ୍ଷୟ କୁମାର। ସୋମବାର ନିଜ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଭେଟି ସ୍ଵରୂପ ତାଙ୍କ ନୂଆ ଫିଲ୍ମ ‘ଭୂତ୍ ବଙ୍ଗଲା’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି ଅକ୍ଷୟ। ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି ପ୍ରିୟଦର୍ଶନ, ଯିଏ ଅକ୍ଷୟଙ୍କୁ କମେଡି ମାଧ୍ୟମରେ ଲୋକପ୍ରିୟ କରିଥିଲେ। ଉଭୟ ଏକାଠି ‘ହେରା ଫେରି’, ‘ଭାଗମ ଭାଗ’ ଭଳି ଜବରଦସ୍ତ କମେଡି ଫିଲ୍ମ ଭେଟି ଦେଇଛନ୍ତି, ଯାହା ହିଟ୍ ହୋଇଛି।

ଗଣେଶ ଚତୁର୍ଥୀ ଅବସରରେ ତାଙ୍କର ଏହି ଆଗାମୀ ଚଳଚ୍ଚିତ୍ରର ସାମାନ୍ୟ ଝଲକ ଶେୟାର କରିଥିବା ଅକ୍ଷୟ କୁମାର ସୋମବାର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ଏଥିସହ ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି। ତାଙ୍କର ନୂଆ ଚଳଚ୍ଚିତ୍ରର ନାମ ହେଉଛି ‘ଭୂତ୍ ବଙ୍ଗଲା’। ଏହାକୁ ‘କେପ୍ ଅଫ୍ ଗୁଡ୍ ଫିଲ୍ମସ୍’ ସହଯୋଗରେ ବାଲାଜୀ ଟେଲିଫିଲ୍ମସ୍ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଉଛି।

 

View this post on Instagram

 

A post shared by Akshay Kumar (@akshaykumar)

- Advertisement -

ଅକ୍ଷୟ କୁମାର ଚଳଚ୍ଚିତ୍ରରୁ ତାଙ୍କ ପ୍ରଥମ ଲୁକ୍‌ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ‘‘ମୋ ଜନ୍ମଦିନରେ ପ୍ରତ୍ୟେକବର୍ଷ ଆପଣମାନଙ୍କ ଏତେସାରା ଭଲପାଇବା ପାଇଁ ଧନ୍ୟବାଦ! ଚଳିତ ବର୍ଷ ‘ଭୂତ୍ ବଙ୍ଗଲା’ର ପ୍ରଥମ ଲୁକ୍ ସହ ଜନ୍ମଦିନ ପାଳନ କରୁଛି। ୧୪ ବର୍ଷ ପରେ ପୁଣିଥରେ ପ୍ରିୟଦର୍ଶନଙ୍କ ସହ କାମ କରିବାକୁ ମୁଁ ଅତ୍ୟଧିକ ଉତ୍ସାହିତ। ଆମର ଏହି ଯୋଡ଼ି ଦୀର୍ଘ ସମୟ ଧରି ଚାଲି ଆସୁଛି … ଏହି ଅଦ୍ଭୁତ ଯାତ୍ରାକୁ ଆପଣ ସମସ୍ତଙ୍କ ସହ ଶେୟାର କରିବାକୁ ଆଉ ଅପେକ୍ଷା କରିପାରିବି ନାହିଁ। ଯାଦୁ ପାଇଁ ଯୋଡ଼ି ହୋଇ ରୁହନ୍ତୁ।’’

https://samajalive.in/supreme-court-hearing-on-kolkata-case/595840.html

ସୂଚନାଯୋଗ୍ୟ, ‘ଭୂତ୍‌ ବଙ୍ଗଲା’ ଏକ ହରର-କମେଡି ଚଳଚ୍ଚିତ୍ର, ଯାହା ୨୦୨୫ରେ ମୁକ୍ତିଲାଭ କରିବ। ଅକ୍ଷୟ ଫିଲ୍ମର ପ୍ରଯୋଜନା ଭାର ମଧ୍ୟ ବହନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories