www.samajalive.in
Tuesday, December 9, 2025
17.1 C
Bhubaneswar

ପିପିଲିରେ ଗଣେଶ ପୂଜା ପାଳିତ

ପିପିଲି:ପିପିଲିର ପୁରପଲ୍ଲୀରେ ପ୍ରଭୂ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଅତ୍ୟନ୍ତ ଭକ୍ତି ସହକାରେ ପାଳିତ ହୋଇଯାଇଛି। ପିପିଲି କଲେଜ, ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜବାହର ବିଦ୍ୟାପୀଠ, ପିପିଲି ନୋଡାଲ ହାଇସ୍କୁଲ, ଗୋବିନ୍ଦପୁର ହାଇସ୍କୁଲ, ମଙ୍ଗଳପୁର ସ୍ଥିତ ପଦ୍ମାବତୀ ହାଇସ୍କୁଲ, ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ, ଗୁଡିଆପୋଖରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସଁପୁର ସ୍ଥିତ ଅଷ୍ଟଶମ୍ଭୁ ବିଦ୍ୟାପୀଠ, ନହଳାପଡା ହାଇସ୍କୁଲ, ଦାଣ୍ଡମୁକୁନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସାଇ ଇଣ୍ଟିଗ୍ରାଲ ସ୍କୁଲ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରଭୂ ଶ୍ରୀ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତିକୁ ପୂଜାର୍ଚ୍ଛନା କରାଯିବା ସହ ଭୋଜିର ଆୟୋଜନ କରାଯାଇଥିଲା।

କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଂଜିନିୟରିଂ କଲେଜରେ ମଧ୍ୟ ଗଣେଶ ପୂଜା ଅତି ଯାକଜମକରେ ପାଳନ କରାଯାଇଥିଲା। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନାପୀଠ ବାଲିଗାଁ ସ୍ଥିତ ଶ୍ରୀଗଣେଶଙ୍କ ମନ୍ଦିରରେ ମଧ୍ୟ ଏହି ଉପଲକ୍ଷେ ସ୍ୱତନ୍ତ୍ର ପୂଜାତ୍ସବର ଆୟୋଜନ କରାଯାଇଥିଲା।

- Advertisement -

ପିପିଲିର ମହାରାଜା କ୍ଲବ, ଗଣପତି କ୍ଲବ, ପିପିଲି ବଜାର ବ୍ୟବସାୟୀ ସଂଘ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆକର୍ଷଣୀୟ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ସିଉଳା ଛକ, ଜଇସପାଟଣା ବଜାର, ପିପିଲି ବଜାର, ହାଟଛକ, ସିରିଆପୁର ଛକ, ଖଣ୍ଡିଆଗିରି ଛକ,ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର, କାକୁଡିଆ ଛକ, କଣ୍ଟି ବଜାର, ବାରିମୂଳ ଛକ, ମଠସାହି ଛକ, ଅନନ୍ତପୁର ଛକ, ମାଧିପୁର ଛକ, ଭାରତୀପୁର ଛକ, ଅକ୍ଟ୍ରାଇ ଛକ, ବାଜପୋଇ ବଜାର, ହାଟସାହି ଗ୍ରାମ୍ୟ ଛକ, ଜଗନ୍ନାଥପୁର ବଜାର ଆଦି ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ସଂନ୍ଧ୍ୟାରେ କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories