‘ଆମ ଘର ଏଲଇଡି’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଶୁକ୍ରବାର ମୁଖ୍ୟମନ୍ତ୍ରୀ ‘ଆମ ଘର ଏଲଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଣିକି ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ଏଲଇଡି ବଲବ୍ ମିଳିବ । ରାଜ୍ୟ ସରକାର ପକ୍ଷରୁ ଘର ପିଛା ୪ଟି ଲେଖାଏଁ ଏଲଇଡି ବଲବ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସରକାରଙ୍କ ‘ପିଠା’ କାର୍ୟ୍ୟକ୍ରମ ସମୟରେ ହିତାଧିକାରୀଙ୍କୁ ଏହି ଏଲଇଡି ବଲ୍ବ ବଣ୍ଟନ କରାଯିବ । ଆସନ୍ତା ଜାନୁଆରୀ ୧୫ ତାରିଖ ଓ ଫେବୁଆରୀ ୧୫ରେ ଏହି ଏଲଇଡି ବଲବ ବଣ୍ଟାଯିବ । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୯୫ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।