www.samajalive.in
Monday, December 8, 2025
27.1 C
Bhubaneswar

ନବୋଦୟ ବିଦ୍ୟାଳୟରେ ରାଗିଂ, ୨୨ ଛାତ୍ରଙ୍କୁ ମାଡ଼ ଅଭିଯୋଗ

ନୂଆପଡ଼ା: ବିଦ୍ୟାଳୟରେ ରାଗିଂ। ଛାତ୍ରାବାସରେ ପଶି କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରିଲେ ବରିଷ୍ଠ ଛାତ୍ର। ଏଭଳି ଅଭିଯୋଗ ଆସିଛି ନୂଆପଡ଼ା ତରବୋଡ଼ ନବୋଦୟ ବିଦ୍ୟାଳୟରୁ। ୭ ଜଣ ଦ୍ଵାଦଶ ଶ୍ରେଣୀର ଛାତ୍ର ଦଶମ ଶ୍ରେଣୀ ଛାତ୍ର ରହୁଥିବା ହଷ୍ଟେଲରେ ପଶି ପିଲାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୨୨ ଜଣ ଛାତ୍ର ଉପର ଶ୍ରେଣୀ ଛାତ୍ରଙ୍କଠାରୁ ମାଡ଼ ଖାଇଥିବା ଅଭିଯୋଗ କରିଛନ୍ତି। ଏହା ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ମାଡ଼ ମାରିଥିବା ୭ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଗିଂର ଶିକାର ହୋଇଥିବା ଛାତ୍ରମାନେ ଦାବି କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories