www.samajalive.in
Monday, December 8, 2025
17.1 C
Bhubaneswar

ସାଧାରଣବର୍ଗ ଗରିବଙ୍କୁ ସଂରକ୍ଷଣ ବିଲ ରାଜ୍ୟସଭାରେ ଗୃହୀତ

ନୂଆଦିଲ୍ଲୀ : ସାଧାରଣବର୍ଗ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ସମ୍ବନ୍ଧିତ ୧୨୪ ତମ ସମ୍ବିଧାନ ସଂଶୋଧନ ବିଲ୍ ରାଜ୍ୟସଭାର ଅନୁମୋଦ ଲାଭ କରିଛି। ମଙ୍ଗଳବାର ଏହା ଲୋକସଭାରେ ପାରିତ ହେବା ପରେ ଆଜି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ୍ ଗେହଲଟ୍ ରାଜ୍ୟସଭାରେ ବିଲକୁ ଉପସ୍ଥାପନ କରିଥିଲେ। ଦିନ ୨ ଟାରୁ ବିଲ୍ ସଂପର୍କରେ ଗୃହରେ ସରଗରମ ଆଲୋଚନା ପରେ ​ଶେଷରେ ଏହା ଗୃହୀତ ହୋଇଛି। ଏହା ସପକ୍ଷରେ ୧୬୫ ଓ ବିପକ୍ଷରେ ୭ଟି ଭୋଟ ମିଳିଥିଲା। ଏହି ବିଲ୍ ଗୃହୀତ ହେବା ସହିତ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।ମଙ୍ଗଳବାର ଲୋକସଭାରେ ଏହି ସମ୍ବିଧାନ ସଂଶୋଧନ ବିଲ୍ ସପକ୍ଷରେ ୩୨୩ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୩ଟି ଭୋଟ୍ ମିଳିଥିଲା।

ରାଜ୍ୟସଭାରେ ବିଲ୍ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ଟୁଇଟ କରି ଏହା ସାମାଜିକ ନ୍ୟାୟର ବିଜୟ ହୋଇଛି ବୋଲି କହିଛନ୍ତି।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories