www.samajalive.in
Monday, December 8, 2025
14.1 C
Bhubaneswar

୨୨୩ଜଣ ଜିଆରଏସଙ୍କୁ ବହିଷ୍କୃତ କଲେ ଜିଲାପାଳ

ସୁନ୍ଦରଗଡ଼ : ଜିଲାର ୧୭ଟି ବ୍ଲକରେ ଅବସ୍ଥାପିତ ପ୍ରାୟ ୨୬୦ଜଣ ଗ୍ରାମ ରୋଜଗାର ସେବକ(ଜି.ଆର.ଏସ)ଙ୍କ ମଧ୍ୟରୁ ୨୨୩ଜଣଙ୍କୁ ମଙ୍ଗଳବାର ଜିଲାପାଳ ସୁରେନ୍ଦ୍ର କୁମାର ମୀନା ସେମାନଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିରୁ ବହିଷ୍କୃତ ନିର୍ଦ୍ଦେଶନାମା ଜାରି କରିଥିବାର ଜଣାପଡ଼ିଛି। ଜିଲାପାଳଙ୍କ ଏଭଳି ବହିଷ୍କୃତ ନିର୍ଦ୍ଦେଶନାମାକୁ ନେଇ ଜିଲାର ସରକାରୀ କର୍ମଚାରୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହିଷ୍କୃତ ୨୨୩ ଜିଆରଏଙ୍କ ମଧ୍ୟରୁ ବହୁ ଜଣଙ୍କୁ ବହିଷ୍କୃତ ନିର୍ଦ୍ଦେଶନାମା ହସ୍ତାନ୍ତର କରାଯାଇଥିବା ବେଳେ ଅନ୍ୟ କେତେକଜଣଙ୍କୁ ଆସନ୍ତା କାଲି ସୁଦ୍ଧା ହସ୍ତାନ୍ତର କରିବା ପାଇଁ ସଂପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସେମାନେ କୌଣସି ଆଳ ଦେଖାଇ ନିଜ ପଦବୀରେ ଯୋଗଦାନ ନ କରନ୍ତି ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ହେବା ପାଇଁ ଜିଲାପାଳ ମୀନା ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, କାର୍ଯ୍ୟରତ ଜି.ଆର.ଏସ ମାନେ ଼ ନଭେମ୍ବର ମାସରୁ ଆନ୍ଦୋଳନ କରିବା ସହ ନିଜ କର୍ମ କ୍ଷେତ୍ରରେ ଅନୁପସ୍ଥିତ ରହୁଥିବାର ଅଭିଯୋଗ ହୋଇ ଆସୁଥିଲା। ଫଳରେ ବ୍ଲକ ଓ ଗ୍ରାମ ପଞ୍ଚାୟତର ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇ ଆସୁଥିବା ସହ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଥିଲା। ପଞ୍ଚାୟତରାଜ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ ଏ ବାବଦରେ ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଆସିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories