www.samajalive.in
Sunday, December 7, 2025
13.1 C
Bhubaneswar

ରାଜ୍ୟସ୍ତରୀୟ କଳିଙ୍ଗ କପ୍‍ ଟାଇକୋଣ୍ଡ ପ୍ରତିଯୋଗିତା ଉଦ୍‍ଘାଟିତ

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜବାହର ବିଦ୍ୟାପୀଠ ପରିସରସ୍ଥ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ପୁରୀ ଜିଲା ଟାଇକୋଣ୍ଡ ଆସୋସିଏସନ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କଳିଙ୍ଗ କପ୍‍ ଟାଇକୋଣ୍ଡ ପ୍ରତିଯୋଗିତା ଶନିବାର ଉଦ୍‍ଘାଟିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଟାଇକୋଣ୍ଡ ସଂପର୍କରେ ଆଲୋକପାତ କରିଥିଲେ। ଏହାଦ୍ୱାରା କ୍ରୀଡାର ବିକାଶ ହେବା ସହ ଛାତ୍ରୀ ଓ ଯୁବତୀମାନେ ନିଜର ଆତ୍ମରକ୍ଷା କରିବାରେ ସଫଳ ହେବେ ବୋଲି ସେ ଆଶାବ୍ୟକ୍ତ କରିବା ସହ ସମସ୍ତ କ୍ରୀଡାବିତ୍‍ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

- Advertisement -

ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ପିପିଲି ଏନ୍‍ଏସି ଅଧ୍ୟକ୍ଷ ସେକ୍‍ ବାବୁ, ପୁରୀ ଜିଲା ଟାଇକୋଣ୍ଡ ଆସୋସିଏସନର ସଭାପତି ଆଦିତ୍ୟ କୁମାର ମିଶ୍ର, ସଂପାଦକ ଜନ୍ମେଜୟ ରଥ ଓ ଲଲାଟ କୁମାର ପରିଡା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପିପିଲି ଅଞ୍ଚଳର ବରିଷ୍ଠ ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ଯୋଗେଶ୍ୱର ପ୍ରସାଦ ଗିରି, ଜାତୀୟ ଭଲିବଲ ଖେଳାଳି ତଥା ପ୍ରାକ୍ତନ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ଜାତୀୟ କବାଡି ଖେଳାଳି ରବିନ୍ଦ୍ର କୁମାର ପରିଡା, କ୍ରୀଡା ସଂଗଠକ ଜିତେନ୍ଦ୍ରୀୟ ପଟ୍ଟନାୟକ ଓ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜବାହର ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଜଗନ୍ନାଥ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଟାଇକୋଣ୍ଡ ପ୍ରତିଯୋଗିତାରେ ରାଜ୍ୟର ୧୩ଟି ଜିଲାରୁ ୩୭୭ ଜଣ କ୍ରୀଡାବିତ୍‍ ଯୋଗ ଦେଇଥିବା ବେଳେ ସବ୍‍ଜୁନିଅର ବର୍ଗ (୧୧ବର୍ଷରୁ କମ୍‍), କ୍ୟାଡେଡ୍‍ ବର୍ଗ (୧୨ରୁ ୧୪ବର୍ଷ), ଜୁନିଅର ବର୍ଗ (୧୫ରୁ ୧୭ ବର୍ଷ) ଓ ସିନିଅର ବର୍ଗ (୧୮ରୁ ୬୫ ବର୍ଷ) ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

୩ ଦିନ ପ୍ରବଳ ବର୍ଷିବ; ୨୯ରେ ଆସୁଛି ପୁଣି ଏକ ଲଘୁଚାପ

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories