www.samajalive.in
Tuesday, December 9, 2025
17.1 C
Bhubaneswar

ଜୀ ସାର୍ଥକର ‘ଦେଖିବା ନିତି ହେବା ଲକ୍ଷପତି’,  ମେଗା ୱିନରଙ୍କୁ ମିଳିଲା ଏକ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ

ଭୁବନେଶ୍ବର : ନିକଟରେ ଜୀ ସାର୍ଥକ ପକ୍ଷରୁ ଏକ ଭିନ୍ନ ଧରଣର ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଯାହା ଦର୍ଶକଙ୍କୁ ଲକ୍ଷ ପତି ହେବାର ସୁଯୋଗ ଦେଇଥିଲା  । ୨୩ ମାର୍ଚ୍ଚରୁ ୨୫ ମେ ମଧ୍ୟରେ ଆୟୋଜନ ହୋଇଥିଲା ମେଗା କନଟେଷ୍ଟ ‘ଦେଖିବା ନିତି ହେବା ଲକ୍ଷପତି’ । ଏହି ପ୍ରତିଯୋଗିତା ମାଧ୍ୟମରେ ଦର୍ଶକେ ଧାରାବାହିକ ପ୍ରସାରିତ ହେଉଥିବା ସମୟରେ ଟିଭି ସ୍କ୍ରିନରେ ଦିଆଯାଇଥିବା ନମ୍ବରରେ ମିସ୍ଡ କଲ କରି ଦିଆଯାଉଥିବା କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଅର୍ଥରାଶି ଜିତିଥିଲେ । ଏହି ପ୍ରତିଯୋଗିତା ମାଧ୍ୟମରେ ୩୩୬ ଜଣ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ଦିଆଯାଇଥିଲା ।

ଅନେକ ପ୍ରତିଯୋଗୀ ୧୦୦୦ ଟଙ୍କାର ଭାଉଚର ଜିତି ଉପକୃତ ହୋଇସାରିଛନ୍ତି । ତେବେ ‘ଦେଖିବା ନିତି ହେବା ଲକ୍ଷପତି’ ପ୍ରତିଯୋଗିତାର ମେଗା ୱିନର ହୋଇ ୧ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ ଜିତିଛନ୍ତି ବଡମ୍ବା , କଟକରୁ ସୁରେଶ କୁମାର ପାତ୍ର । ବିଜେତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଉତ୍ସାହ ବଢାଇବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories