www.samajalive.in
Monday, December 8, 2025
20.1 C
Bhubaneswar

ବିକ୍ଷୋଭ ପ୍ରଦର୍ଶନ ଆଳରେ ହସ୍ପିଟାଲରେ ଭଙ୍ଗାରୁଜା: ଅନେକ ଡାକ୍ତର, ପୁଲିସକର୍ମୀ ଆହତ

କୋଲକାତା : କୋଲକାତାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । କୋଲକାତାରେ ମହିଳାମାନେ ରାସ୍ତାକୁ ଓହ୍ଲାଇଆସି ବିରୋଧ ପ୍ରଦର୍ଶନ କରୁଛନ୍ତି । ବୁଧବାର ରାତିରେ ‘ରିକ୍ଲେମ ଦ ନାଇଟ’ ନାଁରେ ବିରୋଧ ପ୍ରଦର୍ଶନରେ ମହିଳାମାନେ ମହମବତୀ ଶୋଭାଯାତ୍ରାରେ ବାହାରିଥିବା ସମୟରେ ଅଚାନକ ଅନେକ ସଂଖ୍ୟାରେ ଯୁବକ ଆସି ସେଠାରେ ତାଣ୍ଡବ କରିଥିଲେ । କୋଲକାତାର ସରକାରୀ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଭଙ୍ଗାଭଙ୍ଗି କରିଥିଲେ । ବ୍ୟାରିକେଡ୍ ଭାଙ୍ଗି ଏମରଜେନ୍ସି ବିଭାଗ ଭିତରେ ପଶି ସବୁ କିଛି ଭଙ୍ଗାରୁଜା କରିଥିଲେ ।

- Advertisement -

ପୁଲିସ ସୂଚନା ଅନୁସାରେ ପ୍ରାୟ ୪୦ ଜଣ ଯୁବକ ବିକ୍ଷୋଭ ପ୍ରଦର୍ଶନକାରୀ ରୂପେ ହସ୍ପିଟାଲ ପରିସରରେ ପଶି ଅନେକ ଟଙ୍କାର କ୍ଷୟକ୍ଷତି କରିଥିଲେ ଏବଂ ପୁଲିସ ଉପରକୁ ପଥରମାଡ କରିଥିଲେ । ଏହା ପରେ ପୁଲିସକୁ ଲୁହ ବୁହା ଗ୍ୟାସ୍ ଛାଡିବାକୁ ପଡିଥିଲା । ଘଟଣାରେ ଅନେକ ପୁଲିସକର୍ମୀ ଆହତ ହୋଇଛନ୍ତି । ହସ୍ପିଟାଲ ଭିତରେ ଥିବା ରୋଗୀ ଏବଂ କିଛି ଡାକ୍ତର ଗୁରୁତର ହୋଇଛନ୍ତି । ପୁଲିସ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

‘ରିକ୍ଲେମ ଦ ନାଇଟ’ ଅଭିଯାନ ଅନୁସାରେ ବିରୋଧ ପ୍ରଦର୍ଶନ ରାତି ୧୧ଟା ୫୫ ମିନିଟରେ ଆରମ୍ଭ ହୋଇଥିଲା । ସାମାଜିକ ଗଣମାଧ୍ୟମ ଜରିଆରେ ଜୋର ଧରିଥିବା ଏହି ଅଭିଯାନ କୋଲକାତାର ଅନେକ ଐତିହାସିକ ସ୍ଥଳ ସମେତ ଛୋଟ ବଡ ସହରର ପ୍ରମୁଖ କ୍ଷେତ୍ରକୁ ବ୍ୟାପିଯାଇଛି । ରିକ୍ଲେମ ଦ ନାଇଟ ନାଁରେ ମହିଳା ମୁକ୍ତି ଆନ୍ଦୋଳନ ୧୯୭୭ ମସିହାରେ ଇଂଲଣ୍ଡର ଲିଡ୍ସରେ ଆରମ୍ଭ ହୋଇଥିଲା । ଇଂଲଣ୍ଡର ଜଣେ ମହିଳାଙ୍କ ହତ୍ୟା ପରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଏହା ପରେ ପୁଲିସ ମହିଳାମାନଙ୍କୁ  ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲା । ଏହା ବିରୁଦ୍ଧରେ ‘ରିକ୍ଲେମ ଦ ନାଇଟ’ର ଆହ୍ବାନ ଦିଆଯାଇଥିଲା ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories