www.samajalive.in
Monday, December 8, 2025
20.1 C
Bhubaneswar

ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାଇକ ଶୋଭାଯାତ୍ରା ତେଲକୋଇ ବ୍ଲକ ମୂଖ୍ୟାଳୟର ସହିଦ ବିର୍ସା ମୁଣ୍ଡା ଛକ ଠାରୁ ବାହାରି ତେଲକୋଇ ବଜାର ଦେଇ ହାଲପୋଡି ଏବଂ କତରାପାଲି ଦେଇ ପୁଣି ବିର୍ସା ମୁଣ୍ଡା ଛକ ଠାରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ସାଂସଦ ପ୍ରତିନିଧି ହରିହର ପ୍ରଧାନ, ବିଧାୟକ ପ୍ରତିନିଧି ପଦ୍ମଲୋଚନ ସାହୁ, ଜିଲ୍ଲା ଉପସଭାପତି ଉଦୟ କୁମାର ସାହୁ, ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଚ୍ଚିଦାନନ୍ଦ ବେହେରା, ମଣ୍ଡଳ ସଭାପତି ସତ୍ୟନାରାୟଣ ସାହୁ ଓ ପାଣ୍ଡବ ଚରଣ ମହାନ୍ତଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇଥିଲେ। ତେଲକୋଇ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବାଇକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories