www.samajalive.in
Monday, December 8, 2025
27.1 C
Bhubaneswar

ବନ୍ଧକ ଥିବା ପୁଅକୁ ଉଦ୍ଧାର କଲେ ଜିଲ୍ଲା ପରିଷଦ ସଦସ୍ୟା ଅସୀମା

କେଶଦୁରାପାଳ : ଦାଦନ ଖଟିବାକୁ ଯାଇ ବନ୍ଧକ ଥିବା ଟୁକୁଣା ଗ୍ରାମର ବାସିନ୍ଦା ମଙ୍ଗୁଳି ନାୟକଙ୍କ ପୁଅ ସଞ୍ଜୟ ନାୟକଙ୍କୁ ଉଦ୍ଧାର କରାଯାଇ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଗତ ପାଞ୍ଚ ବର୍ଷ ତଳେ ଜଣେ ଦଲାଲଙ୍କ ସହାୟତାରେ ପଣ୍ଡିଚେରୀର ମେଥିପାଲିୟମର ଏକ କମ୍ପାନୀରେ ଠିକାଦାରଙ୍କ ପାଖରେ କାର୍ଯ୍ୟ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ବର୍ଷାଧିକ କାଳ ଘରକୁ ଫେରୁନଥିବାବେଳେ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇ ପାରି ନଥିଲା।

ଏ ସମ୍ପର୍କରେ ପରିବାର ଲୋକେ ସ୍ଥାନୀୟ ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ରଙ୍କ ସହଯୋଗରେ ଆନନ୍ଦପୁର ଉପଜିଲାପାଳ, ଘସିପୁରା ଥାନା ଅଧିକାରୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଅବଗତ କରାଇଥିଲେ। ଏହା ପରେ ସଞ୍ଜୟର ଉଦ୍ଧାର ନିମନ୍ତେ ପ୍ରଶାସନର ତତ୍ପରତା ଦେଖାଇଥିଲା। ସଞ୍ଜୟ ନାୟକଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ର ସାଂସଦ ଅନନ୍ତ ନାୟକ,ଉପଜିଲାପାଳ, ଜିଲ୍ଲାପାଳ, ଘସିପୁରା ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories