କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ଆଦିବାସୀ ଦିବସ ପାଳନ କରିବା ସହ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବ୍ଲକରେ ଥିବା ସମସ୍ତ ଆଦିବାସୀ ଭାଇ ଭଉଣୀମାନେ ନିଜ ନିଜ ପାରମ୍ପରିକ ବେଶଭୁଷାରେ ପୂଜାରିଗୁଡା ପଞ୍ଚାୟତର ରେଖାଲଗୁଡା ଛକରେ ଥିବା ଦିବ୍ୟଦର୍ଶନ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ। ସେହିଠାରୁ ଏକ ଶୋଭାଯାତ୍ରାରେ ବାହାରି ସୁନାଖଣ୍ଡି ପଞ୍ଚାୟତର ଆଲଜିନିଗୁଡାଠାରେ ପହଞ୍ଚି ଆଦିବାସୀ ନେତା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ଉଦଘାଟନ କରିଥିଲେ। ଏହାକୁ ବ୍ଲକ ଆଦିବାସୀ ସଂଘର ସଭାପତି ଯୋଗେନ୍ଦ୍ର ୱାଡକା ଉଦଘାଟନ କରିଥିଲେ।ଏହାପରେ ଉକ୍ତ ସ୍ଥାନରେ ଏକ ବୈଠକ ବସିଥିଲା। ଏଥିରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଏଥିରେ ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀ ଜିତୁ ଜାକେସିକା ମଧ୍ୟ ଉପସ୍ଥିତ ରହିଥିଲେ।
Popular Categories



