www.samajalive.in
Monday, December 8, 2025
17.1 C
Bhubaneswar

ଭାରତ ଫେରିଲେ ମନୁ ଭାକର; ବିମାନବନ୍ଦରରେ ଜୋରଦାର ସ୍ୱାଗତ

ସମାଜ ଡିଜିଟାଲ ଡେସ୍କ: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିବା ପରେ ସ୍ୱଦେଶ ଫେରିଛନ୍ତି। ଭାରତର ଡବଲ ପଦକ ବିଜେତା ମନୁ ଭାକର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଗେଟ୍‌‌ ବାହାରକୁ ଆସିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମନୁଙ୍କ ସହି କୋଚ ଜସପାଲ ରାଣା ମଧ୍ୟ ରହିଥିଲେ। ଉଭୟଙ୍କୁ ଫୁଲମାଳ ଦେଇଥିଲେ ଉପସ୍ଥିତ ପ୍ରଶଂସକ। ଏହି ସମୟରେ ଅଲିମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ପଦକକୁ ଦେଖାଇଥିଲେ ମନୁ। ୨୨ ବର୍ଷୀୟ ମନୁ ପ୍ୟାରିସ ଅଲିମ୍ପିକ୍ସରେ ସୁଟିଂରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories