www.samajalive.in
Monday, December 8, 2025
20.1 C
Bhubaneswar

ଘରେ ବସି ମଗାନ୍ତୁ ବିଏସଏନଏଲ୍ ସିମ୍, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ସାରା ଦେଶରେ ନିଜ ୪ଜି ସେବା ଆରମ୍ଭ କରୁଛି ଏବଂ ଏହା ସହିତ ୫ଜି ନେଟଓ୍ବର୍କ ଉପରେ ମଧ୍ୟ କାମ ଆରମ୍ଭ କରିଦେଇଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିଆ ଅକ୍ଟୋବର ଶେଷ ସୁଦ୍ଧା ୮୦ ହଜାର ଟାଓ୍ବାର ଲଗାଇବା ନେଇ ସୂଚନା ଦେଇଥିଲେ । ୪ଜି ନେଟଓ୍ବର୍କରେ ମଧ୍ୟ ୫ଜି ସେବା ବ୍ୟବହାର କରାଯାଇପାରିବ ଏବଂ ଟାଓ୍ବାରରେ ୫ଜି ସେବା ପାଇଁ ଜରୁରି ପରିବର୍ତ୍ତନ କରିବା କାମ ଚାଲିଥିବା ସେ ସୂଚନା ଦେଇଥିଲେ ।

ନିକଟରେ ଅନ୍ୟ ଟେଲିକମ୍ କମ୍ପାନୀମାନେ ନିଜ ରିଚାର୍ଜ ଦାମ୍ ବଢାଇବା ପରେ ବିଏସଏନଏଲର ଚାହିଦା ବଢିବାରେ ଲାଗିଛି। ଜୁଲାଇ ମାସରେ ଆନ୍ଧ୍ରପ୍ରଦେଶରେ ୨,୧୭,୦୦୦ ବିଏସଏନଏଲ୍ ସିମ୍ କାର୍ଡ ଜାରି ହୋଇଛି । ଯଦି ଆପଣ ମଧ୍ୟ ବିଏସଏନଏଲ୍ ସିମ୍ ପାଇବାକୁ ଚାହୁଁଛନ୍ତି ତେବେ ଘରେ ବସି ଏହା ମଗାଇପାରିବେ । ଏଥିପାଇଁ ଭିଡରେ ଲାଇନ ଲଗାଇବା ଦରକାର ନାହିଁ । ଜାଣନ୍ତୁ କେମିତି ମଗାଇପାରିବେ ସିମ୍..

- Advertisement -

ପ୍ରଥମେ ଓ୍ବେବସାଇଟକୁ ଯାଆନ୍ତୁ..  https://prune.co.in/

ସିମ୍ କାର୍ଡ କ୍ରୟ ବଟନ ଉପରେ କ୍ଲିକ୍ କରନ୍ତୁ ।

ଅପରେଟର ରୂପେ ବିଏସଏନଏଲ୍ ଚୟନ କରନ୍ତୁ । ଏହା ପରେ ନିଜ ପସନ୍ଦର ଏଫଆରସି ପ୍ଲାନ୍ ଚୟନ କରନ୍ତୁ ।

ଜରୁରି ସୂଚନା ଓ ଓଟିପି ଦିଅନ୍ତୁ । ଓ୍ବେବସାଇଟରେ ଦିଆଯାଇଥିବା ସମସ୍ତ ସୂଚନା, ଯଥା ନାଁ, ଠିକଣା ଓ ଫୋନ୍ ନମ୍ବର ଦିଅନ୍ତୁ । ଏହା ପରେ ଓ୍ବେବସାଇଟ ଦ୍ବାରା ଦିଆଯାଇଥିବା ଓଟିପି ଭରନ୍ତୁ ।

ଶେଷରେ ନିଜ ଡେଲିଭରୀ ଠିକଣା ଦିଅନ୍ତୁ ଏବଂ ବାକି ନିର୍ଦ୍ଦେଶାବଳୀ ପାଳନ କରନ୍ତୁ । ଏହା ପରେ ପେମେଣ୍ଟ ସୂଚନା ଦିଅନ୍ତୁ ଏବଂ ସ୍ପଷ୍ଟ କରନ୍ତୁ ।

ଆପଣଙ୍କ ସିମ୍ ଆଗାମୀ ୯୦ ମିନିଟରେ ଆପଣଙ୍କ ଘରେ ପହଞ୍ଚିଯିବ । ସିମ୍ କାର୍ଡ ତୁରନ୍ତ ଚାଲୁ ହୋଇଯିବ ଏବଂ ଘେର ହିଁ ଆପଣଙ୍କ କେଓ୍ବାଇସି ହୋଇଯିବ । ବର୍ତ୍ତମାନ ଏହି ସୁବିଧା କେବଳ ହରିୟାଣା ଏବଂ ଉତ୍ତର ପ୍ରଦେଶରେ ମିଳୁଛି । ଧିରେ ଧିରେ ସାରା ଦେଶରେ ଏହି ସୁବିଧା ଲାଗୁ ହୋଇଯିବ ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories