www.samajalive.in
Monday, December 8, 2025
20.1 C
Bhubaneswar

ପୈତୃକ ସଂପତ୍ତିରୁ ଅଧିକାର ପାଇବା ପାଇଁ ୭ବର୍ଷ ଧରି ଚାଲିଛି ସଂଗ୍ରାମ

ପିପିଲି:ନିଜ ପୈତୃକ ସଂପତ୍ତିରୁ ଭାଗ ପାଇବା ପାଇଁ ଦୀର୍ଘ ୭ବର୍ଷ ଧରି ସଂଗ୍ରାମ ଚଳାଇଥିବା କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ଧଳସାହିର ବାସିନ୍ଦା ସୁରଥ ଧଳଙ୍କ ପରିବାର ମଙ୍ଗଳବାର ଠାରୁ ପୁନର୍ବାର ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ନ୍ୟାୟ ପାଇବା ପାଇଁ ଗତ ୨୦୧୭ ମସିହାରୁ ଦୀର୍ଘ ୫ବର୍ଷ ଧରି ରାଜଧାନୀର ଗାନ୍ଧିମାର୍ଗରେ ଏହି ପରିବାର ଧାରଣା ଦେଇଥିଲେ। ପରେ ୨୦୨୨ ମସିହା ଠାରୁ ଏହି ପରିବାର ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଧିକ ଥର ଆମରଣ ଅନଶନ ଓ ଧାରଣା ଦେଇଥିବା ବେଳେ ତାଙ୍କୁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ଫଳରେ ନିଜ ପୈତୃକ ସଂପତ୍ତିକୁ ପାଇବା ଦାବିରେ ସୁରଥ ଧଳ ନିଜ ପତ୍ନୀ ସୁବାସିନୀ ଧଳ, ତିନିପୁଅ ନାରାୟଣ ଧଳ, ଜନାର୍ଦ୍ଦନ ଧଳ, ମାନଗୋବିନ୍ଦ ଧଳ, ବୋହୁ ଲକ୍ଷ୍ମୀ ଧଳ ଓ ନାତିନାତୁଣୀଙ୍କୁ ସାଙ୍ଗରେ ଧରି ଧାରଣାରେ ବସିଥିବା ସୂଚନା ମିଳିଛି।

ମାନଗୋବିନ୍ଦଙ୍କ ଅଭିଯୋଗ ଅନୁଯାଇ, ତାଙ୍କ ବାପା ସୁରଥ ଧଳ ନିଜ ପୈତୃକ ସଂପତ୍ତିର ଭୋଗଦଖଲରୁ ବଞ୍ôଚତ ହୋଇଥିବା ବେଳେ ଉକ୍ତ ଜମିକୁ ଅନ୍ୟମାନେ ଦଖଲ କରିଛନ୍ତି। ପୈତୃକ ସଂପତ୍ତିରୁ ଭାଗ ପାଇବା ପାଇଁ ଏହି ଧଳ ପରିବାର ଦୀର୍ଘ ୭ ବର୍ଷ ଧରି ସଂଗ୍ରାମ ଚଳାଇବା ସହ ଭୟରେ ଭିଟାମାଟି ଛାଡି ବାହାରେ ରହୁଛନ୍ତି। ଏଥିଯୋଗୁଁ ମାନଗୋବିନ୍ଦଙ୍କ ପୁତୁରା ଓ ଝିଆରୀମାନେ ପାଠ ପଢାରୁ ବଞ୍ôଚତ ହୋଇଛନ୍ତି। ନ୍ୟାୟ ପାଇବା ପାଇଁ ଗତ ୨୦୧୭ ମସିହା ଜାନୁଆରୀ ୨୭ ତାରିଖରୁ ସେମାନେ ଭୁବନେଶ୍ୱରର ଗାନ୍ଧିମାର୍ଗରେ ପରିବାର ସହ ୫ବର୍ଷ କାଳ ଧାରଣା ଦେଇଥିବା ବେଳେ ଗତ ୨୦୨୨ ଜାନୁଆରୀ ୪ ତାରିଖରେ ସେମାନେ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୦ଦିନ ଯାଏଁ ଧାରଣାରେ ବସିଥିଲେ। ତାଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିଥିଲା।

- Advertisement -

ତେବେ ଅଦ୍ୟାବଧି ଏହି ସମସ୍ୟାର ସମାଧାନ ହୋଇପାରିନାହିଁ। ଏହାକୁ ନେଇ ଧଳ ପରିବାର ପୁନର୍ବାର ଗତମାସ ୧୫ ତାରିଖରେ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତହସିଲଦାରଙ୍କ ଉପସ୍ଥିତିରେ ସମସ୍ତ ପକ୍ଷ ୧୫ ଦିନ ମଧ୍ୟରେ ନିଜ ନିଜ ଭିତରେ ଜମିର ଭାଗବଣ୍ଟା କରାଇ ପଟ୍ଟା କରାଇନେବାକୁ ଲିଖିତ ସମ୍ମତି ଜଣାଇଥିଲେ। ଫଳରେ ୧୬ ତାରିଖ ଦିନ ଉକ୍ତ ପରିବାର ଧାରଣାରୁ ଉଠିଥିଲେ। ଇତି ମଧ୍ୟରେ ୨୦ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଧଳ ପରିବାର ମଙ୍ଗଳବାର ପୂର୍ବାହ୍ନରୁ ପୁନର୍ବାର ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଇତି ମଧ୍ୟରେ ତାଙ୍କ ପୈତୃକ ସଂପତ୍ତିରୁ କେତେକ ଅଂଶକୁ ବିକ୍ରି କରାଯାଇଥିବା ବେଳେ ସେ ବାବଦରେ ତହସିଲଦାରଙ୍କ ଠାରେ ଅଭିଯୋଗ କରାଯିବା ସତ୍ତେ୍ୱ ତହସିଲ ପକ୍ଷରୁ ଉକ୍ତ ଜମିର ଦାଖଲଖାରଜ ମାମଲାକୁ ଫଇସଲା କରାଯାଇଥିବା ସଂପର୍କରେ ମାନଗୋବିନ୍ଦ ଅଭିଯୋଗ କରିଛନ୍ତି। ଜମିଜମା ମାମଲାର ସ୍ଥାୟୀ ସମାଧାନ ନହେବା ଯାଏଁ ଧାରଣାରୁ ଉଠିବୁ ନାହିଁ ବୋଲି ମାନଗୋବିନ୍ଦ କହିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories