www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍ତରପ୍ରଦେଶର ତିନି ମନ୍ତ୍ରୀଙ୍କ ସଚିବ ଗିରଫ

ନୂଆଦିଲ୍ଲୀ: ଦୁର୍ନୀତି ଓ ଲାଞ୍ଚ ମାମଲାରେ ଉତ୍ତରପ୍ରଦେଶର ତିନି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଉତ୍ତରପ୍ରଦେଶ ପୁଲିସର ସ୍ୱତନ୍ତ୍ର ଇନ୍‍ଭେଷ୍ଟିଗେସନ୍‍ ଟିମ୍‍(ଏସ୍‍ଆଇଟି) ଗିରଫ କରିଛି। ଗତ ବୁଧବାର ଉତ୍ତରପ୍ରଦେଶ ବିଧାନସଭା ପରିସରରେ ଲାଞ୍ଚ ମାଗୁଥିବାର ଭିଡିଓ ଏକ ନ୍ୟୁଜ୍‍ ଚ୍ୟାନେଲ୍‍ରେ ପ୍ରସାରିତ ହେବା ପରେ ସେମାନଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଲିସ ଅତିରିକ୍ତ ମହାନିର୍ଦେଶକ ରାଜୀବ କ୍ରିଷ୍ଣନ୍‍ଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ ଟିମ୍‍ ଗଠନ କରିଥିଲେ।
ଗିରଫ ପରେ ସମ୍ପୃକ୍ତ ତିନି ସଚିବଙ୍କୁ ନିଲମ୍ବନ କରାଯାଇଛି। ଅଭିଯୁକ୍ତ ସଚିବମାନେ ଖଣି, ଅବକାରୀ ମନ୍ତ୍ରୀ ଅର୍ଚ୍ଚନା ପାଣ୍ଡେ, ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଓମ୍‍ ପ୍ରକାଶ ରାଜବାହାର, ଶିକ୍ଷାମନ୍ତ୍ରୀ ସନ୍ଦୀପ ସିଂହଙ୍କ ବ୍ୟକ୍ତିଗତ ସଚିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories