www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ କରାଯିବ। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ। ଓଡିଶାରୁ ବାଳକ ବର୍ଗରେ ୨୧ ଜଣ ଏବଂ ବାଳିକା ବର୍ଗରେ ୧୮ ଜଣ ତଥା ସର୍ବମୋଟ୍ ୩୯ ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେଉଛନ୍ତି।

କ୍ରୀଡା କ୍ଷେତ୍ରରେ ବିକାଶ ଆଣିବା, କ୍ରୀଡ଼ାବିତ୍‌ ମାନଙ୍କୁ ଉଚ୍ଚକୋଟୀର ର ପ୍ରଶିକ୍ଷଣ ପ୍ରଦାନ କରିବା ତଥା ଓଡ଼ିଶାରେ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାମାନ ଆୟୋଜନ କରି କ୍ରୀଡାବିତ୍‌ ମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍‌। ତୃତୀୟ ଥର ପାଇଁ ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜନ ହେବା ଆମ ସମସ୍ତ ଓଡ଼ିଶା ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।

- Advertisement -

ଜାତୀୟ ସନ୍ତରଣ ପ୍ରତିଯୋଗିତା ସମ୍ବନ୍ଧରେ, ଭାରତୀୟ ସନ୍ତରଣ ମହାସଂଘ ର ସାଧାରଣ ସମ୍ପାଦକ ମୋନଲ ଚୋକ୍ସି ମତପ୍ରକାଶ କରିଛନ୍ତି ଯେ, ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ସବ୍-ଜୁନିୟର ଏବଂ ଜୁନିୟର ସନ୍ତରଣ ପ୍ରତିଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ନିଜ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏହା ଏକ ବଡ଼ ପ୍ଲାଟଫର୍ମ । ଜାତୀୟ ସନ୍ତରଣ କାର୍ଯ୍ୟକ୍ରମକୁ ବିଶ୍ୱ ସ୍ତରରେ ମାନ୍ୟତା ଦେବା ତଥା ପ୍ରତିଯୋଗିତା ନିମନ୍ତେ ଏକ ସୁଦୃଢ ଭିତ୍ତିଭୂମି ପ୍ରଦାନ କରିବାରେ ଓଡ଼ିଶାର ପ୍ରତିବଦ୍ଧତା ପ୍ରଶଂସନୀୟ।

ପ୍ରକାଶଯୋଗ୍ୟ ଯେ, ଏଥର ସନ୍ତରଣ ପ୍ରତିଯୋଗିତାରେ ଫ୍ରୀ ଷ୍ଟାଇଲ୍‌ ଠାରୁ ଆରମ୍ଭ କରି ବଟରଫ୍ଲାଏ ଷ୍ଟ୍ରୋକ ଆଦି ୭ ଟି ବିଭାଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡିଶା ର ବାଳିକା ବର୍ଗରେ କ୍ରୀଡ଼ାବିତ୍‌ ମନ୍ନତ ମିଶ୍ର, ଅଂଶିକା ସାହୁ, ଧାନବୀ ଭୌମିକ୍ ଏବଂ ବାଳକ ବର୍ଗରେ ଅରିତ୍ରୋ ମଲ୍ଲିକ ଓ ଜଗଜିତ ପ୍ରଧାନ ଙ୍କ ଠାରୁ ମେଡାଲ ଜିତିବାର ଆଶା ରଖାଯାଇଛି। ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ଭିତ୍ତିଭୂମି ସହିତ ସଜ୍ଜିତ, କଳିଙ୍ଗ ଷ୍ଟାଡିୟମ୍ ର ଜଳକ୍ରୀଡା କେନ୍ଦ୍ରରେ ହେବାକୁ ଥିବା ଏହି ପ୍ରତିଯୋଗିତା କ୍ରୀଡ଼ାବିତ୍‌ ମାନଙ୍କୁ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବା ପାଇଁ ଏକ ଆଦର୍ଶ ପରିବେଶ ପ୍ରଦାନ କରୁଛି ବୋଲି ସାଧାରଣରେ ମତପ୍ରକାଶିତ ହୋଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories