www.samajalive.in
Monday, December 8, 2025
20.1 C
Bhubaneswar

ଏମବିବିଏସ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ ‘ଅଙ୍ଗଦାନ ଓ ପ୍ରତିରୋପଣ’, ଘୋଷଣା କଲେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ବର: ଜାତୀୟ ଅଙ୍ଗଦାନ ଦିବସ ପାଳନ ଅବସରରେ ବଡ଼ ଘୋଷଣା କରାଯାଇଛି। ଚିକିତ୍ସା ଓ ସର୍ଜରୀ ସ୍ନାତକ(ଏମବିବିଏସ) ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ । ଏମବିବିଏସ ପାଠ୍ୟକ୍ରମରେ ଅଙ୍ଗଦାନ ଓ ପ୍ରତିରୋପଣ ବିଷୟକୁ ସ୍ଥାନିତ କରାଯିବ। ଛାତ୍ରଛାତ୍ରୀମାନେ ଏମବିବିଏସ ପାଠ୍ୟକ୍ରମ ସହିତ ଅଙ୍ଗଦାନ ଓ ପ୍ରତିରୋପଣ ବିଷୟ ଅଧ୍ୟୟନ କରିପାରିବେ ବୋଲି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାତୀୟ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କ ଉପସ୍ଥିତିରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ ଏମବିବିଏସ ପାଠ୍ୟକ୍ରମରେ ଅଙ୍ଗଦାନ ଓ ପ୍ରତିରୋପଣ ବିଷୟକୁ ସ୍ଥାନିତ କରାଯିବ ବୋଲି ଘୋଷଣା କରିଥିଲେ। ଛାତ୍ରଛାତ୍ରୀମାନେ ଏମବିବିଏସ ପାଠ୍ୟକ୍ରମ ସହିତ ଅଙ୍ଗଦାନ ଓ ପ୍ରତିରୋପଣ ବିଷୟ ଅଧ୍ୟୟନ କରିବେ ବୋଲି ସେ ପ୍ରକାଶ କରିଥିଲେ।

- Advertisement -

ଅଙ୍ଗଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଅଙ୍ଗଦାନ କରିବାକୁ ଉତ୍ସାହିତ ପାଇଁ ପ୍ରତିବର୍ଷ ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଏ । ଯେଉଁମାନଙ୍କ ଅଙ୍ଗ ରୋଗ ଶେଷ ପର୍ଯ୍ୟାୟରେ ଅଛି ଏବଂ ପ୍ରତିରୋପଣ ଆବଶ୍ୟକ କରୁଛନ୍ତି ସେମାନଙ୍କ ପାଇଁ ଅଙ୍ଗଦାନ ଏକ ବଡ଼ ଉପହାର । ଯେଉଁ ବ୍ୟକ୍ତି ନିଜର ଅଙ୍ଗ ଦାନ କରନ୍ତି ତାଙ୍କୁ ‘ଅଙ୍ଗ ଦାତା’ କୁହାଯାଉଥିବାବେଳେ ଅଙ୍ଗ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ‘ପ୍ରାପ୍ତ କର୍ତ୍ତା’ କୁହାଯାଏ । ଅଧିକାଂଶ କ୍ଷେତ୍ରରେ ଅଙ୍ଗଦାନ ଗ୍ରହଣକାରୀଙ୍କ ଜୀବନ ବଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଅସୁସ୍ଥତା କିମ୍ବା ଆଘାତ ହେତୁ ତାଙ୍କ ଅଙ୍ଗ ନଷ୍ଟ ହୋଇଯାଇଥିଲେ ତାହା ସେମାନଙ୍କ ପାଇଁ ଏହା ଏକ ବଡ଼ ଆଶୀର୍ବାଦ। ଅନେକ ମାନବ ଅଙ୍ଗ ଏବଂ ଟିସୁ ଦାତାଙ୍କଠାରୁ ଗ୍ରହୀତାଙ୍କୁ ସ୍ଥାନାନ୍ତର କରାଯାଇପାରିବ। ଯକୃତ, କିଡନୀ, ଅଗ୍ନାଶୟ, ହୃଦୟ, ଫୁସଫୁସ, ଅନ୍ତନଳୀ, କର୍ଣ୍ଣିଆ, ଅସ୍ଥି ମଜ୍ଜା ଏବଂ ଭାସ୍କୁଲାରାଇଜଡ୍ କମ୍ପୋଜିଟ୍ ଆଲୋଗ୍ରାଫ୍ଟ ଯଥା ଚର୍ମ, ଗର୍ଭାଶୟ, ହାଡ, ମାଂସପେଶୀ, ସ୍ନାୟୁ ଏବଂ ସଂଯୋଜକ ଟିସୁ ଆଦି ଅଙ୍ଗଦାନ ଓ ପ୍ରତିରୋପଣ କରାଯାଇପାରିବ, ଯାହାକୁ ଏମବିବିଏସ ପାଠ୍ୟକ୍ରମରେ ସ୍ଥାନିତ କରାଯାଇଛି।

ମୃତ୍ୟୁ ପରେ ଯେ କେହି ଅଙ୍ଗ ଦାତା ହୋଇପାରନ୍ତି । ଏହି ନିଷ୍ପତ୍ତି ନେବାକୁ କୌଣସି ବୟସ ସୀମା ନାହିଁ । ତେବେ ଶରୀରର ଅଙ୍ଗ ଦାନ ପାଇଁ ବ୍ୟବହୃତ ହୋଇପାରିବ କି ନାହିଁ, ଡାକ୍ତରଖାନାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉଛି, କାରଣ ଅଙ୍ଗ ଦାନ ପାଇଁ ଉପଯୁକ୍ତ କି ନୁହେଁ ତାହା ଡାକ୍ତରମାନଙ୍କୁ ସ୍ଥିର କରିବାକୁ ପଡିଥାଏ। ତେଣୁ ପାଠପଢ଼ା ସରିବାପରେ ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ‘ଅଙ୍ଗଦାନ ଓ ଅଙ୍ଗ ପ୍ରତିରୋପଣ’ ବିଷୟ ଚିକିତ୍ସକ ବା ଡାକ୍ତରଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ଫଳରେ ସେମାନେ ଅଙ୍ଗଦାନ ଓ ପ୍ରତିରୋପଣ ସମ୍ପର୍କରେ ଉପଯୁକ୍ତ ପରାମର୍ଶ ଦେଇପାରିବେ ବୋଲି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories