www.samajalive.in
Monday, December 8, 2025
17.1 C
Bhubaneswar

ଡିଜିପି ଦୌଡ଼ରେ ୩ ବରିଷ୍ଠ ପୁଲିସ ଅଧିକାରୀ, ବାୟୋଡାଟା ମାଗିଲା ଗୃହ ବିଭାଗ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ପୁଲିସ ଡିଜି (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଦୌଡ଼ିରେ ରହିଛନ୍ତି ୩ ବରିଷ୍ଠ ପୁଲିସ ଅଧିକାରୀ। ଏହି ଅଧିକାରୀମାନେ ହେଲେ ଏ.କେ. ରଏ, ଏସ.ଏମ. ନରଭଣେ ଏବଂ ଓ୍ବାଇ. ବି. ଖୁରାନିଆ। ଏ.କେ. ରଏ ହେଉଛନ୍ତି ୧୯୮୮ ବ୍ୟାଚର ବରିଷ୍ଠ ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ। ସେହିପରି ନରଭଣେ ହେଉଛନ୍ତି ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଏବଂ ଖୁରାନିଆ ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ। ଏହି ୩ ବରିଷ୍ଠ ଅଧିକାରୀଙ୍କୁ ବାୟୋଡାଟା(ଜୀବନୀ ତଥ୍ୟ) ମାଗିଛି ରାଜ୍ୟ ଗୃହ ବିଭାଗ।

ଉଲ୍ଲେଖଯୋଗ୍ୟ, ନିକଟରେ ନିତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରୁ ଯେଉଁ ଅଧିକାରୀମାନେ ବାହାରକୁ ଡେପୁଟେସନରେ ଯାଇଛନ୍ତି ସେମାନଙ୍କ ସହିତ ସେ ବୈଠକ କରିଛନ୍ତି। ଏହି ବୈଠକରେ ବାହାର ରାଜ୍ୟରେ ନିଯୁକ୍ତ ଓଡ଼ିଆ ଅଧିକାରୀମାନ(ଆଇଏଏସ, ଆଇପିଏସ)ଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଓଡ଼ିଶାର ବିକାଶ ଲାଗି ଓଡ଼ିଆ ଅଧିକାରୀମାନଙ୍କ ଗୁରୁତ୍ଵକୁ ଦୃଷ୍ଟିରେ ରଖି ଟିମ୍‌ ଓଡ଼ିଶା ଗଠନ କରି କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ନିତି ଆୟୋଗ ବୈଠକ ପରେ ଖୁରାନିଆଙ୍କୁ କେନ୍ଦ୍ର ସରକାର ଓଡ଼ିଶାକୁ ପଠାଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories