www.samajalive.in
Monday, December 8, 2025
27.1 C
Bhubaneswar

କେରଳ ଭୂସ୍ଖଳନର ଉପଗ୍ରହ ଚିତ୍ର ଜାରି କଲା ଇସ୍ରୋ

ସମାଜ ଡିଜିଟାଲ ଡେସ୍କ: କେରଳର ଓ୍ବାୟନାଡ ଜିଲାରେ ଘଟିଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୧୮ ଛୁଇଁଛି। ଏବେ ବି ଆହୁରି ୨୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳିନାହିଁ। ତେବେ ଘଟଣାର ୨ ଦିନ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କିଛି ସାଟେଲାଇଟ(ଉପଗ୍ରହ) ଫଟୋଚିତ୍ର ଜାରି କରିଛି। ଭୂସ୍ଖଳନ ପୂର୍ବରୁ ନଦୀର ସ୍ରୋତ କିପରି ଥିଲା ଏବଂ ଭୂସ୍ଖଳନ ପରେ ମାଟି ଅତଡ଼ା ନଦୀ ସ୍ରୋତରେ ମିଶି ଗତିପଥକୁ କିପରି ଓସାରିଆ କରି ଜନବସତି ଆଡକୁ ମୁହାଁଇଲା ତାହା ସାଟେଲାଇଟ ଚିତ୍ରଗୁଡ଼ିକରେ ଦେଖିବାକୁ ମିଳିଛି।

ହାଇଦ୍ରାବାଦସ୍ଥିତ ନେସନାଲ ରିମୋଟ ସେନସିଂ ସେଣ୍ଟର(ଏନଆରଏସସି) ଭୂସ୍ଖଳନ ଦ୍ଵାରା ଉକ୍ତ ଅଞ୍ଚଳ କିଭଳି ଧ୍ବଂସପ୍ରାପ୍ତ ହୋଇଛି ତାହା ଜାଣିବା ଲାଗି ଇସ୍ରୋର ଉନ୍ନତ କାର୍ଟେସାଟ-୩ ଅପ୍‌ଟିକାଲ ସାଟେଲାଇଟ ଏବଂ ରିସାଟ(RISAT) ସାଟେଲାଇଟ ଜରିଆରେ ଫଟୋଚିତ୍ର ସଂଗ୍ରହ କରିଛି। ପ୍ରବଳ ବର୍ଷା ଯୋଗୁ ୧୫୫୦ ମିଟର ଉଚ୍ଚ ପାହାଡ଼ରେ ଭୂସ୍ଖଳନ ଘଟିଥିଲା। ସାଟେଲାଇଟ ଚିତ୍ରରେ ଭୂସ୍ଖଳନର ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଦୃଶ୍ୟକୁ ଦର୍ଶାଯାଇଛି। ବର୍ଷା ପରେ ପାହାଡ଼ିଆ ନଦୀରେ ସ୍ଵାଭାବିକ ଭାବେ ଜଳପ୍ରବାହ ହେଉଥିଲା। କିନ୍ତୁ ଭୂସ୍ଖଳନ ଘଟିବା ପରେ ମାଟି ଅତଡ଼ା ଧସି ନଦୀ ଜଳରେ ମିଶିଯିବାରୁ ନଦୀର ସ୍ରୋତ ଓସାରିଆ ହୋଇଯିବା ସାଙ୍ଗକୁ ନଦୀକୂଳିଆ ଅଞ୍ଚଳକୁ ମାଡ଼ି ଯାଇଥିଲା। ଯାହାଫଳରେ ଘରଦ୍ଵାର ସବୁ ଭାସିଯିବା ସାଙ୍ଗକୁ ଅଞ୍ଚଳଟି ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ପାହାଡ଼ର ୮୬ ହଜାର ବର୍ଗ ମିଟର ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଥିଲା।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories