www.samajalive.in
Monday, December 8, 2025
20.1 C
Bhubaneswar

ମିସ୍ ୟୁନିଭର୍ସ ଟାଇଟଲ୍ ହାତେଇବା ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର  : ସୌନ୍ଦର୍ଯ୍ୟ ଜଗତରେ ଏବେ ବିଶ୍ବରେ ସ୍ଥାନିତ ହେବାର ସ୍ବପ୍ନ ନେଇ ଆଗେଇଛି ଓଡ଼ିଶା । ଏହି ସ୍ରୋତରେ ସାମିଲ ହୋଇଛନ୍ତି ରାଜ୍ୟର ୧୬ ଜଣ ସୁନ୍ଦରୀ । ଓଡ଼ିଶାରେ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ଓଡ଼ିଶା, ମିସ୍ ୟୁନିଭର୍ସ ଇଣ୍ଡିଆ ପାଇଁ ଏହାର ପ୍ରଥମ ପ୍ରତିନିଧି ଚୟନ କରିବାକୁ ଯାଉଛି । ଓଡ଼ିଶାର ସୁଶ୍ରୀ ସଂଗୀତା ଏବଂ ତାଙ୍କ କମ୍ପାନୀ ଗୋଲଡେନ୍ କର୍ଡ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଛନ୍ତି ।

- Advertisement -

 

ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସେଲିବ୍ରିଟି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହା ଅନୁଧ୍ୟାନ କରିଛନ୍ତି । ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇ ଆଗାମୀ ମିସ୍ ୟୁନିଭର୍ସ ଓଡ଼ିଶା ଚୟନ କରିବେ ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୨ର ପ୍ରାଚୀ ନାଗପାଲ, ବହୁ ଜଣାଶୁଣା ଷ୍ଟାଇଲିଷ୍ଟ ତଥା ଇଭେଣ୍ଟ ନିର୍ଦ୍ଦେଶକ ସେରେନା ଖାଟ୍, ରାଜ୍ୟର ଜଣାଶୁଣା ଡିଜାଇନର୍ ସବ୍ୟସାଚୀ ଶତପଥୀ ଏବଂ ସେଲିବ୍ରିଟି ଫଟୋଗ୍ରାଫର ଆଶୁତୋଷ ସାହୁ ।

ରାଜ୍ୟର ବଛା ବଛା ୧୦୦ ସୁନ୍ଦରୀଙ୍କ ମଧ୍ୟରୁ ଶେଷ ପର୍ଯ୍ୟାୟରେ ନିଜର ପାରଦର୍ଶିତା ଦେଖାଇବା ପାଇଁ ୧୬ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । ସେମାନେ ତିନି ରାଉଣ୍ଡର ପ୍ରତିଯୋଗିତା ରାଉଣ୍ଡ ସମେତ କକଟେଲ ଏବଂ ସନ୍ଧ୍ୟା ଗାଉନ୍ ପ୍ରତିଯୋଗିତା ରାଉଣ୍ଡରେ ନିଜର ଟ୍ୟାଲେଣ୍ଟ ପ୍ରଦର୍ଶିତ କରି ଜଜ୍ ମାନଙ୍କୁ ମୁଗ୍ଧ କରିଥିଲେ । ଦି ଗ୍ରେଟ୍ ପିଜେଣ୍ଟ୍ କମ୍ୟୁନିଟିଜ୍ ଚ୍ୟାନେଲରେ ଏହାର ସିଧା ପ୍ରସାରଣ କରାଯାଇଥିଲା। । ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୪ର ବିଜେତା ହୋଇଛନ୍ତି  ବାର୍ବି ମିଶ୍ର । ଜାନଭି ସୋନି ଏହାର ପ୍ରଥମ ରନର୍ସଅପ୍ ହୋଇଥିବାବେଳେ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୪ର ଦ୍ଵିତୀୟ ରନର୍ସ ଅପ୍ ହୋଇଛନ୍ତି ମୈତ୍ରୀ ମୋନାଲି ପ୍ରଧାନ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories