www.samajalive.in
Thursday, December 11, 2025
27.1 C
Bhubaneswar

ସୁଭଦ୍ରା ଯୋଜନା: ବାହାରିନି ବିଜ୍ଞପ୍ତି, ପ୍ରସ୍ତୁତି ଚାଲିଛି ଏସଓପି 

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ସୁଭଦ୍ରା ଯୋଜନା ନେଇ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ଏହାର କୌଣସି ଫର୍ମ ବାହାରି ନାହିଁ। ତେବେ ରାଜ୍ୟାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରି ପାଇଁ ଏସଓପି ପ୍ରସ୍ତୁତି ଚାଲିଛି। ସୁଭଦ୍ରା ଯୋଜନା ପାଇଁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୁଦ୍ଧିଜୀବୀଙ୍କ ମତାମତ ନିଆଯିବ। ବୁଦ୍ଧିଜୀବୀଙ୍କ ମତାମତ ପରେ ଏସଓପି ପ୍ରସ୍ତୁତ କରାଯିବ। ସରକାର ସମସ୍ତଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବେ। ସୁଭଦ୍ରା ଯୋଜନା ପାଇଁ କୌଣସି ୱେବସାଇଟି ଖୋଲିନି, କେହି ଭ୍ରମିତ ହୁଅନ୍ତୁ ନାହିଁ। ଇନକମ ସାର୍ଟିଫିକେଟ ଦରକାର ପଡ଼ିବ କି ନାହିଁ, ତାହା ସ୍ଥିର ହୋଇନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ସୁଭଦ୍ରା ଯୋଜନା ଲାଗୁ ହେବ। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ। ସେହିଦିନ ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା। ଏନେଇ ବଜେଟରେ ଘୋଷଣା ହୋଇଥିଲେ ବି ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପ୍ରକାଶ କରିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories