www.samajalive.in
Monday, December 8, 2025
17.1 C
Bhubaneswar

କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

କଳାପଥର (ବାଙ୍କୀ): ବାଙ୍କୀ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଜନ୍ମମାଟି ବାଙ୍କୀରେ କବିଚନ୍ଦ୍ର ଡକ୍ଟର କାଳିଚରଣ ପଟ୍ଟନାୟକଙ୍କ ୪୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ପରିଷଦ ପରିସରରେ କବିଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିଷଦର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ସଭାପତିତ୍ୱ କରି କବିଚନ୍ଦ୍ର ହେଉଛନ୍ତି ବାଙ୍କୀର ବରପୁତ୍ର, ଓଡ଼ିଶୀ ନୃତ୍ୟ ଏବଂ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ। କବିଚନ୍ଦ୍ର କାଳିଚରଣ ୧୨୦ଖଣ୍ଡରୁ ଉର୍ଦ୍ଧ୍ୱ ନାଟକ, କବିତା ଓ ଗୀତିନାଟ୍ୟ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ। ଅତିଥି ଭାବେ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ପରିଷଦର ସମ୍ପାଦକ ବେଣୁଧର କର, ସାଂସ୍କୃତିକ ସଂପାଦକ ବିଜୟ କୁମାର ଦିକ୍ଷୀତ୍‌, କାଉନସିଲର ପଠାଣୀ ବେହେରା, ଜ୍ୟୋତିରଞ୍ଜନ ମହାନ୍ତି, ଦୀପକ କୁମାର, ସୁକାନ୍ତ ବେହେରା ପ୍ରମୁଖ ଯୋଗଦାନ କରି ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ନୃତ୍ୟ ଶିକ୍ଷକ ମହେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories