www.samajalive.in
Monday, December 8, 2025
27.1 C
Bhubaneswar

ୟୁପିଆଇ ପେମେଣ୍ଟ କରୁଥିବା ଲୋକଙ୍କ ଆକାଉଣ୍ଟ ହୋଇପାରେ ଖାଲି, ସରକାରଙ୍କ ଏହି କଥା ପ୍ରତି ଦିଅନ୍ତୁ ଧ୍ୟାନ

ସମାଜ ଡିଜିଟାଲ ଡେସ୍କ: ୟୁପିଆଇ ନେଣଦେଣ କରୁଥିଲେ ଆପଣଙ୍କୁ ଅନେକ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଗୋଟିଏ ଛୋଟ ଭୁଲ୍‌ କାରଣରୁ ଆପଣଙ୍କୁ ବଡ଼ କ୍ଷତି ସହିବାକୁ ପଡ଼େ। ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ, ଲୋକେ ବ୍ୟାଙ୍କିଂ ଠକେଇର ଶିକାର ହୋଇ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ତେବେ ଆସନ୍ତୁ ଜାଣିବା ୟୁପିଆଇ ପେମେଣ୍ଟ କରିବାବେଳେ କଉେଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ-

ଏନପିସିଆଇର ପରାମର୍ଶ:

- Advertisement -

ୟୁପିଆଇକୁ ନିୟନ୍ତ୍ରଣ କରୁଥିବା ସରକାରୀ ସଂସ୍ଥା ଏନପିସିଆଇ ପକ୍ଷରୁ କୁହାଯାଇଛି ଯେ, ସ୍ମାର୍ଟଫୋନ୍ ହଜିଗଲେ ତୁରନ୍ତ ୟୁପିଆଇ ଆଇଡିକୁ ବ୍ଲକ୍‌ କିମ୍ବା ଡିଲିଟ୍ କରିବା ଉଚିତ୍। ଯଦି ଆପଣ ଏପରି ନକରନ୍ତି, ତେବେ ଆପଣଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିବ।

କେମିତି କିରିବେ ଡିଲିଟ୍‌:

ୟୁପିଆଇ ଆଇଡି ଡିଲିଟ୍‌ କରିବା ପାଇଁ ଆପଣ କୌଣସି ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରିପାରିବେ। ଏଥିରେ ପେଟିଏମ୍‌, ଫୋନ୍‌ ପେ’, ଗୁଗଲ ପେ’ର ନାମ ସାମିଲ। ଅନ୍ୟ ଏକ ସ୍ମାର୍ଟଫୋନରେ ଲଗ୍ ଇନ୍ କରିବା ପରେ ଆପଣଙ୍କୁ ଏହାକୁ ଡିଲିଟ୍ କରିବାର ଅପ୍ସନ ମିଳିବ।

ୟୁପିଆଇକୁ ନେଇ କରୁଥିବା ଭୁଲ୍‌:

ସ୍ମାର୍ଟଫୋନ୍‌ ହଜିଗଲେ ଆମେ ଖାମଖିଆଲି କରି କିଛି କଥାକୁ ଅଣଦେଖା କରୁ। ଏହାର ପ୍ରଭାବ କିଛି ଦିନ ପରେ ଦେଖିବାକୁ ମିଳେ, ଯେତେବେଳେ ବ୍ୟାଙ୍କ୍‌ ଆକାଉଣ୍ଟ ଖାଲି ହୋଇଯାଏ।

ତୁରନ୍ତୁ ନିଅନ୍ତୁ ନିଷ୍ପତ୍ତି: 

ସ୍ମାର୍ଟଫୋନ୍ ହଜିଗଲେ ପ୍ରଥମେ ଆପଣ ଅଭିଯୋଗ କରିବା ପରେ ଏକ ନୂତନ ସିମ୍ କାର୍ଡ ଆଣିବା ବିଷୟରେ ଚିନ୍ତା କରିବା ଉଚିତ୍। ନୂଆ ସିମ୍ ପାଇବା ପରେ ଆକାଉଣ୍ଟ ଲଗ୍ଇନ୍ କରିବା ଆପଣଙ୍କ ପାଇଁ ସହଜ ହେବ।

ସିମ୍‌ ବିନା ହେବନି କାମ:

କୌଣସି ପେମେଣ୍ଟ ଆପ୍‌ରେ ଆକାଉଣ୍ଟକୁ ଲଗ୍ ଇନ୍ କରିବାକୁ ହେଲେ ଆପଣଙ୍କୁ ଆକ୍ଟିଭ୍ ସିମ୍ ଦରକାର।

 

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories