www.samajalive.in
Sunday, December 7, 2025
26.1 C
Bhubaneswar

କାଶୀପୁର ମୁନୁଷୁପଦରରେ ତିନି ବର୍ଷର ଶିଶୁ କନ୍ୟା ମୃତ, ଡିପଥେରିଆ ସନ୍ଦେହ !

ରାୟଗଡା : ପୁଣି ଚର୍ଚ୍ଚାରେ ରାୟଗଡା ଜିଲା କାଶୀପୁରର ମୁନୁଷୁପଦର ଗାଁ। ଚିକିତ୍ସାଧିନ ଅବସ୍ଥାରେ ୩ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ଡିପଥେରିଆ ସଂକ୍ରମଣ ସନ୍ଦେହ କରାଯାଉଛି। ତେବେ ସେପ୍ଟିସିମୀୟା ରୋଗରେ ଶିଶୁର ମୃତ୍ୟୁ ଘଟିଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡାକ୍ତର ମମତା ଶତପଥି କହିଛନ୍ତି।

ମିଳିଥିବା ସୂଚନା ମୁତାବକ, କାଶୀପୁର ବ୍ଲକ୍ ଡଙ୍ଗାସିଲ ପଞ୍ଚାୟତର ମୁନୁଷୁପଦର ଗାଁରେ ରାମନାଥ ମାଝିଙ୍କ ୩ ବର୍ଷର ଝିଅ ସୁମିତ୍ରା ମାଝୀଙ୍କ ପାଖରେ ଡିପଥେରିଆ ରୋଗର ଲକ୍ଷଣ ଦେଖା ଦେଇଥିବା ଅଭିଯୋଗ ହୋଇଛି । ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ତାଙ୍କ ବାପା ରାମନାଥଙ୍କ କହିବାନୁଯାୟୀ ଟୀକାକରଣ ସମୟରେ ସେ ଓ ତାଙ୍କ ପରିବାର ଗାଁରେ ନଥିଲେ । ସେମାନେ ଟିକରା ପଞ୍ଜରା ଗ୍ରାମରେ ଥିଲେ ଯାହା ଫଳରେ ତାଙ୍କ ଝିଅକୁ ଏହି ଟୀକା ଦିଆଯାଇପାରି ନଥିଲା। ସୁମିତ୍ରାଙ୍କୁ ଡିପଥେରିଆ ସଂକ୍ରମଣ ହୋଇଥିବା ନେଇ ସନ୍ଦେହ ଘନୀଭୂତ ହୋଇଥିଲା।
ରାମନାଥଙ୍କ କହିବାନୁଯାୟୀ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ଶୁକ୍ରବାର ଦିନ ସୁମିତ୍ରାଙ୍କୁ ନେଇ ତାଙ୍କ ମାଆ ଯାଇଥିଲେ । ଗୋଟିଏ ଦିନ ପରେ ଅର୍ଥାତ୍ ଶନିବାର ଦିନ ସେଠାରୁ ଚାଲି ଆସିଥିଲେ। ଶିଶୁ କନ୍ୟାକୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ତାର ମୃତ୍ୟୁ ହୋଇଥିବା ପରିବାର ବର୍ଗ ସୂଚନା ଦେଇଛନ୍ତି । ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଟିଏ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଥିଲା । ସେପଟେ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡାକ୍ତର ମମତା ଶତପଥି କହିଛନ୍ତି ଯେ ସେପ୍ଟିସିମୀୟା ରୋଗରେ ଶିଶୁର ମୃତ୍ୟୁ ଘଟିଛି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ଡିପଥେରିଆ ସଂକ୍ରମଣ ଯୋଗୁଁ ପାଞ୍ଚ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେତେବେଳେ ସ୍ଵାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ସଜାଗ ହୋଇଥିଲା । ତାପରେ ସେହି ଗାଁ ସମେତ ନିକଟସ୍ଥ ଗାଁରେ ଥିବା ସମସ୍ତ ଶିଶୁଙ୍କୁ ଟୀକାକରଣ କରାଯାଇଥିଲା ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories