www.samajalive.in
Tuesday, December 9, 2025
17.1 C
Bhubaneswar

ଲାଞ୍ଚୁଆ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଗିରଫ

କେନ୍ଦୁଝରଗଡ଼ : ଭଣ୍ଡାରିଡିହା ଓ ବାତୋ ସ୍ୱାସ୍ଥ୍ୟକେନ୍ଦ୍ରର ଯୋଗ ପ୍ରଶିକ୍ଷକ ଦେବବ୍ରତ ସାହୁଙ୍କ ମେ ଓ ଜୁନ ମାସର ଦରମା ବିଲ୍‍ ପାସ୍‍ କରିବା ଏବଂ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ତରୁଆଁ, ବରିପାଳ, ଗଡବାନ୍ଧଗୋଡା, ବଡପଦନା ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ପ୍ରଶିକ୍ଷିକା ଭାବେ ଦେବବ୍ରତଙ୍କ ଭଉଣୀ ଚିନ୍ମୟୀ ସାହୁଙ୍କୁ ନିଯୁକ୍ତିପତ୍ର ପ୍ରଦାନ ପାଇଁ ୨୦୮୦୦ଟଙ୍କା ଲାଞ୍ଚ ନେବା ସମୟରେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରଞ୍ଜୀବ କୁମାର ରାଉତ ଭିଜିଲାନ୍ସ ହାବୁଡରେ ଧରାପଡି ଗିରଫ ହେବା ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି ।

ଶ୍ରୀ ରାଉତ ଅଭିଯୋଗକାରୀ ଯୋଗ ପ୍ରଶିକ୍ଷକଙ୍କ ଠାରୁ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସେବିକା ପ୍ରକୋଷ୍ଠରେ ଲାଞ୍ଚ ଅର୍ଥ ଗ୍ରହଣ କରିବା ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡି ଗିରଫ ହୋଇଥିଲେ । ଗିରଫ ହେବାପରେ ଡାକ୍ତର ଶ୍ରୀ ରାଉତଙ୍କ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ, ଯାଜପୁର ଟାଉନସ୍ଥିତ ଭଡାଗୃହ ଏବଂ ଯାଜପୁରଟାଉନ ସାପଗଡିଆ ଗାୟତ୍ରୀ ବିହାରସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢ଼ଉ ଜାରି ରହିଛି । ଗିରଫ ପରେ ଡାକ୍ତର ଶ୍ରୀ ରାଉତଙ୍କୁ କେନ୍ଦୁଝର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରାଉଚୁରା ପରେ ଅପରାହ୍ନରେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭଦ୍ରକ ଭିଜିଲାନ୍ସ ଡିଏସ୍‍ପି ଦୁଷ୍ମନ୍ତ ନାୟକ ଓ କେନ୍ଦୁଝର ଭିଜିଲାନ୍ସ ଡିଏସ୍‍ପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories