www.samajalive.in
Monday, December 8, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ: ପାର୍କିଂ କୌଶଳ ଦେଖି ଆଖି ଲାଖିଯିବ, ପ୍ରଶଂସା ନ କରି ରହିପାରିବେନି

ସମାଜ ଡିଜିଟାଲ ଡେସ୍କ: ଅନେକ ଲୋକ ଦ୍ରୁତଗତିରେ ଗାଡ଼ି ଚଳାଇବାକୁ ପସନ୍ଦ କରନ୍ତି। ହାଇଓ୍ବେ କିମ୍ବା ଏକ୍ସପ୍ରେସଓ୍ବେ କଥା ଆସିଲେ ଖୁସି କହିଲେ ନ ସରେ। କିନ୍ତୁ ଯେତେବେଳେ ସବୁଠୁ କମ ଜାଗାରେ ୪ ଚକିଆ ଯାନ ପାର୍କିଂ କରିବାକୁ ପଡ଼ିଥାଏ ସେତେବେଳେ ଲୋକଙ୍କ ଚିନ୍ତା ବଢ଼ିଯାଏ। ଏପରି ସ୍ଥଳରେ ଲୋକଙ୍କ ପ୍ରକୃତ ଡ୍ରାଇଭିଂ କୌଶଳ ସାମ୍ନାକୁ ଆସିଥାଏ। କିନ୍ତୁ ପାର୍କିଂ ବେଳେ ସାମାନ୍ୟ ଅସାବଧାନତା ହେଲେ ଗାଡ଼ିର କ୍ଷତି ହେବା ନିଶ୍ଚିତ। କିନ୍ତୁ ସାମାଜିକ ଗଣମାଧ୍ୟମରେ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ଡ୍ରାଇଭରଙ୍କ ପାର୍କିଂ କୌଶଳ ଆପଣଙ୍କୁ ଚକ୍କିତ କରିବ।


ଭିଡିଓରେ ଦେଖିପାରିବେ ଯେ, ଜଣେ ବ୍ୟକ୍ତି ନିଜ କାରକୁ ପଛ ଗିୟର ପକାଇ ପାର୍କିଂ କରୁଛନ୍ତି। ମାତ୍ର ପାର୍କିଂ ପାଇଁ ସ୍ଵଳ୍ପ ଜାଗା ରହିଛି। ସେହି ଅଳ୍ପ ଜାଗା ଭିତରେ ଡ୍ରାଇଭର ଜଣକ ବିନା ଦ୍ଵିଧାରେ ଦୁଇଟି ଗାଡ଼ି ମଝିରେ ନିଜ କାରକୁ ନେଇ ପାର୍କ କରୁଛନ୍ତି। ଡ୍ରାଇଭର ଜଣକ ଅତି ଆରାମରେ ଧୈର୍ଯ୍ୟର ସହିତ ଗାଡ଼ିକୁ ପାର୍କ କରିଥିଲେ। ଯେକେହି ଏହି ଭିଡିଓକୁ ଦେଖିବେ କିଛି କ୍ଷଣ ପାଇଁ ତାଙ୍କ ଆଖି ଲାଖିଯିବ ନିଶ୍ଚୟ। ଏହି ଭିଡିଓ ଉପରେ ଅନେକ ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି। ଜଣେ ଲେଖିଛନ୍ତି- ସ୍ଵତନ୍ତ୍ର ସ୍ତରର ପାର୍କିଂ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories