www.samajalive.in
Thursday, December 11, 2025
27.1 C
Bhubaneswar

ସାପ କାମୁଡ଼ାରେ ଶିଶୁ ପୁତ୍ର ମୃତ

ପାଟଣା : ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡମସିଣାବିଲା ଗ୍ରାମରେ ଗତକାଲି ଚିତି ସାପ କାମୁଡ଼ାରେ ଜଣେ ଶିଶୁ ପୁତ୍ର ପ୍ରାଣ ହରାଇଛି। ବଡ଼ମସିଣାବିଲା ଗ୍ରାମର କମଳା କାନ୍ତ ନାଏକ ପରିବାର ସହ ଘରେ ଚଟାଣରେ ଶୋଇଥିବା ସମୟରେ ଅର୍ଦ୍ଧ ରାତ୍ରରେ ତାଙ୍କ ଅଢେଇ ବର୍ଷର ଶିଶୁ ପୁତ୍ର ଜଗଜିତ ନାଏକଙ୍କ ହାତ ଆଙ୍ଗୁଠିକୁ ଏକ ଚିତି ସାପ କାମୁଡି ଦେଇଥିଲା। ଘଟଣା ଜାଣି ଜଗଜିତକୁ ସାଙ୍ଗେ ସାଙ୍ଗେ ଘଟଗାଁ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାତ୍ରି ସାଢ଼େ ୪ଟାରେ ଜଗଜିତକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଘଟଗାଁ ଥାନା ଅପମୃତ୍ୟୁ ମାମଲା ୩୪/୨୦୨୪ ମୂଳେ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ କେନ୍ଦୁଝର ଯାଇ ମୃତ ଶିଶୁର ଶବ ବ୍ୟବଚ୍ଛେଦ କରାଇଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories