www.samajalive.in
Monday, December 8, 2025
27.1 C
Bhubaneswar

ନିଅଣ୍ଟିଆ ବର୍ଷା ପାଇଁ ପଡ଼ିପାରୁନି ଧାନତଳି

ବାସୁଦେବପୁର : କଥାରେ ଅଛି ଚାଷ ଅଛି ଯାହାର, କେଡ଼େ ସୁଖ ତାହାର । ମାତ୍ର ଏବେ ଧାନଚାଷ ପାଇଁ ଚାଷି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କେତେବେଳେ ଗଜା ମରୁଡି ତ ପୁଣି କେତେବେଳେ କିଆରିରେ ବର୍ଷାପାଣି ଜମି ରହି ଧାନଗଛ ନଷ୍ଟ ହେବା ଘଟଣା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଥିବା ସହ ନିଅଣ୍ଟିଆ ବର୍ଷା ଚଳିତ ବର୍ଷ ଚାଷିକୂଳର ମୁଣ୍ଡବିନ୍ଧାର କାରଣ ସାଜିଛି । ଶ୍ରାବଣ ମାସ ଆସିବାକୁ ବସିଲାଣି । ହେଲେ ଆଜିଯାଏଁ କାଦୁଅ ଧାନତଳି ପଡ଼ିବା ତ ଦୂରର କଥା, ଚାଷ କିଆରି ଫାଟି ଆଁ କରିଛି । ଯେମିତି ଶ୍ରାବଣ ମାସରେ ନଡ଼ିଆ ଭାଙ୍ଗିବା ପରିସ୍ଥିତି ଦେଖାଦେଇଛି । ଯେଉଁ ଧାନ ଚାଷୀମାନେ ଶୁଖିଲା ଧାନତଳି ପକାଇଥିଲେ, ସେହି ଧାନତଳି ବର୍ଷାପାଣି ଅଭାବରୁ ମରିବାକୁ ବସିଲାଣି ।

କବି ବିକାଶକୁମାର ଶତପଥୀ କହନ୍ତି, ଜଳ ଗହନେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ ନ୍ୟାୟରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ପାଇଁ ନବେଭାଗ ଧାନଚାଷୀ କାଦୁଅ ଧାନତଳି ପକାଇ ପାରିନାହାନ୍ତି। ଯେଉଁମାନେ ଶୁଖିଲା ଧାନତଳି ପକାଇଥିଲେ ବର୍ଷାପାଣି ଅଭାବରୁ ଧାନତଳି ପୋଡ଼ିଜଳି ଗଲାଣି । କୃତ୍ରିମ କଂକ୍ରିଟ ଜଙ୍ଗଲ ସୃଷ୍ଟି କାରଣରୁ ବିଶ୍ଵ ତାପାୟନ ଏବେ ସତର୍କ ସୂଚନା ଦେଉଛି । ଆଗକୁ ପରିସ୍ଥିତି ଭୟଙ୍କର ହେବ । ସରକାରୀ ହେଉ ଅଥବା ବେସରକାରୀ ସ୍ତରରେ ହେଉ ବୃକ୍ଷରୋପଣ କରି ପ୍ରାକୃତିକ ପରିବେଶ ସୃଷ୍ଟି କରାଯିବା ନିତାନ୍ତ ଆବଶ୍ୟକ । କୃଷି ଅଧିକାରୀ ନିହାରିକା ଦଳେଇ କହନ୍ତି, ସାଳନ୍ଦୀ ଜଳ ସେଚନ ବିଭାଗ ଓ ଜଳ ସେଚନ ବିଭାଗ ଜଳ ସେଚିତ ଜମିର ପରିମାଣ ସଠିକ ଭାବରେ ବାସୁଦେବପୁର କୃଷି ବିଭାଗ ନିକଟରେ ପ୍ରଦାନ କରିପାରି ନ ଥିବା କାରଣରୁ କେତେ ହେକ୍ଟର ଧାନଚାଷ ଜମି ରହିଛି ତାହାର ସଠିକ ତଥ୍ୟ ନାହିଁ । ଧାନଚାଷୀ ବିଦ୍ୟାଧର ନାଥ କହନ୍ତି, ଆଜିଯାଏଁ ବର୍ଷା ହେଉ ନଥିବା କାରଣରୁ ଧାନତଳି ପକାଇପାରିନି । ତିନି ଏକର ଧାନ ଚାଷ କରିବା ପାଇଁ ଧାନତଳି କେଉଁଠୁ ଆଣିବି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories