ରାଜଧାନୀର ବାର୍ ମାଲିକଙ୍କୁ ଚେତାବନୀ
ସମାଜ ଡିଜିଟାଲ ଡେସ୍କ: ଏଣିକି ରାଜଧାନୀର ସବୁ ବାର ନିୟମ ମାନିବାକୁ ବାଧ୍ୟ ହେବେ। ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଦରକାର ପଡ଼ିଲେ ଲାଇସେନ୍ସ ରଦ୍ଦ କରାଯିବ। ଏଭଳି ଚେତାବନୀ ଦେଇଛି ରାଜ୍ୟ ଅବକାରୀ ବିଭାଗ। ଅବକାରୀ ବିଭାଗ ଆୟୁକ୍ତ ନରସିଂହ ଭୋଳ ରାଜଧାନୀର ସମସ୍ତ ବାରଗୁଡ଼ିକୁ ନିୟମ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି।
ସୂଚନା ଯେ, ରାଜଧାନୀର ଅନେକ ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ସାମ୍ନାକୁ ଆସିଥିଲା। ବାରରେ ନାଚଗୀତ ସାଙ୍ଗକୁ ମଦ୍ୟପାନ ଆସର ଜମୁଛି। ଏହାର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ବାରଗୁଡ଼ିକ କିଭଳି ସରକାରୀ ନିୟମକୁ ଉଲ୍ଲଂଘନ କରୁଛନ୍ତି ତାହା ଜଣାପଡ଼ିଥିଲା।
Comments are closed.