www.samajalive.in
Monday, December 8, 2025
20.1 C
Bhubaneswar

ଟାଟା ପାୱାର ପକ୍ଷରୁ ଉପଭୋକ୍ତା ପୁରସ୍କୃତ

ପାଟଣା: ଟାଟା ପାୱାର ପକ୍ଷରୁ ପାଟଣା ବ୍ଲକ ଅଞ୍ଚଳର ଉପଭୋକ୍ତା ମାନଙ୍କ ମଧ୍ୟରୁ ଗତ ଆର୍ଥିକ ବର୍ଷରେ ପ୍ରତ୍ୟେକ ମାସ ସଠିକ ସମୟରେ ବିଦ୍ୟୁତ ଦେୟ ପଇଠ କରିଥିବା ଉପଭୋକ୍ତାଙ୍କ ମଧ୍ୟରୁ ୫ ଜଣଙ୍କୁ ଲଟେରୀ ମାଧ୍ୟମରେ ଚୟନ କରାଯାଇଥିଲା। ଆଜି ସେହି ୫ଜଣ ଉପଭୋକ୍ତାଙ୍କୁ ଟାଟା ପାୱାର ମୋବାଇଲ ଉପହାର ଦେଇ ପୁରସ୍କୃତ କରିଛି। ପୁରସ୍କାର ବିତରଣ ଉତ୍ସଵରେ ପାଟଣା ବିଡିଓ ଶିବଶଙ୍କର ମୁର୍ମୁ, ଜିପିଡିଓ ରଶ୍ମିରେଖା ମହାନ୍ତି, ଟାଟା ପାୱାର ବାଣିଜ୍ୟିକ ମୁଖ୍ୟ ନବୀନ ଶର୍ମା, ତୁରୁମୁଙ୍ଗା ଏସଡି ଓ ଜନ୍ମେଜୟ ବେହେରା, ବରିଷ୍ଠ ବ୍ୟବସାୟିକ ମୁଖ୍ୟ ସୌରଭ ସାଧୁ,ଲୋପାମୁଦ୍ରା ଲେଙ୍କା, ହିମାଦ୍ରୀ ମହାନ୍ତ, ବରିଷ୍ଠ ଲାଇନ ମ୍ୟାନ ଲିଙ୍ଗରାଜ ମହାନ୍ତ, ନନ୍ଦକିଶୋର ମହାନ୍ତ ଙ୍କ ଉପସ୍ଥିତି ରେ ବଡପାଟଣା ପଞ୍ଚାୟତ ଅଞ୍ଚଳ ର ସନାତନ ନାଏକ ଓ ବାବୁଲା ମହାନ୍ତ, ଟାଙ୍ଗରପଡା ପଞ୍ଚାୟତର ସହଦେବ ସାହୁ, କେନ୍ଦେଇପଶି ପଂଚାୟତର ଭରତ ଚନ୍ଦ୍ର ନାଏକ ଓ ସରାସକୋଲା ପଞ୍ଚାୟତର ନବକିଶୋର ପାତ୍ରଙ୍କୁ ଗୋଟିଏ ଲେଖାଏଁ ମୋବାଇଲ ଦିଆଯାଇ ପୁରସ୍କୃତ କରାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories