www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ ; ହେଲମେଟ୍ ଭିତରୁ ହଠାତ୍ ବାହାରିଲା..

ନୂଆଦିଲ୍ଲୀ : ଭୟଙ୍କର ଦେଖାଯାଉଥିବା ତେନ୍ତୁଳିଆ ବିଛାର ଏକ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓଟି ଏବେ ଲୋକଙ୍କ ଧ୍ୟାନକୁ ବେଶ ଆକର୍ଷିତ କରୁଛି। ତେବେ ରାସ୍ତା କିମ୍ବା ଘରେ ନୁହେଁ ଏହି ବିଛା ହଠାତ୍ ଏକ ହେଲମେଟ୍ ଭିତରୁ ବାହାରୁଛି। ଭିିଡିଓଟି ଭୟଭୀତ ମଧ୍ୟ କରୁଛି।


ଭାଇରାଲ୍ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ, ସ୍କୁଟି ଉପରେ ଏକ ହେଲମେଟ୍ ରଖାଯାଇଛି। ଧ୍ୟାନର ସହ ଦେଖିଲେ ଜାଣି ପାରିବେ କିଛି ସମୟ ମଧ୍ୟରେ ହେଲମେଟ୍ ମଧ୍ୟରୁ ଏକ ତେନ୍ତୁଳିଆ ବିଛା ବାହାରୁଛି। ସାଧାରଣତଃ ବର୍ଷା ଦିନେ ଏହି ବିଛା ଅଧିକ ଦେଖାଯାଇ ଥାଆନ୍ତି। ଖୁବ୍ ସହଜରେ ଏମାନେ ଯେକୌଣସି ଛୋଟ ସ୍ଥାନରେ ମଧ୍ୟ ଲୁଚି ଯାଆନ୍ତି। ଭିଡିଓରେ ମଧ୍ୟ ଦେଖିପାରିବେ, ପ୍ରଥମେ ବିଛାଟି ହେଲମେଟ ଭିତରୁ ବାହାରୁଛି ମାତ୍ର ପୁଣି ହେଲମେଟ୍ ଭିତରେ ଲୁଚି ଯାଉଛି।
ଏହି ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେବା ସହ ବର୍ଷା ଦିନରେ ବାହାରେ ହେଉ ଅଥବା ଘରେ ରଖାଯାଉଥିବା ଜିନିଷ ବ୍ୟବହାର କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଉଚିିତ୍ ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ ; କୁକୁର ବେକରେ ମହିଳା ପିନ୍ଧାଇଲେ ୨.୫ ଲକ୍ଷର ସୁନା ଚେନ୍..

- Advertisement -

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories