www.samajalive.in
Monday, December 8, 2025
27.1 C
Bhubaneswar

୨ ଦିନରେ ୧ କ୍ୱିଣ୍ଟାଲ ୯୬ କିଗ୍ରା ଗଞ୍ଜେଇ ଜବତ, ୩ ଗିରଫ

ସମ୍ବଲପୁର:ସମ୍ବଲପୁର ଦେଇ ନିୟମିତ ଗଞ୍ଜେଇ ଚାଲାଣର ଅଭିଯୋଗ ହୋଇ ଆସୁଥିବା ବେଳେ ଚେକିଂ ସମୟରେ ଅବୈଧ୍ୟ ଚାଲାଣକାରୀ ମାନେ ଧରା ମଧ୍ୟ ପଡୁଛନ୍ତି। ଏଭଳି ଏକ ଘଟଣାରେ ଗୁରୁବାର ଓ ଶୁକ୍ରବାର ୨ ଦିନ ମଧ୍ୟରେ ସମୁଦାୟ ୧ କ୍ୱିଣ୍ଟାଲ ୯୬ କିଗ୍ରା ଗଞ୍ଜେଇ ଜବତ ହୋଇଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି।
ଅବକାରୀ ବିଭାଗର ସୂଚନାନୂଯାୟୀ, ବେଆଇନ ଭାବରେ ଗଞ୍ଜେଇ ଚାଲାଣର ସୂଚନା ପାଇ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଚେକିଂ ସମୟରେ ରେଙ୍ଗାଲି ଥାନା ଅନ୍ତର୍ଗତ ଝୁରୀପଡା ଛକ ଠାରେ ଉତ୍ତର ପ୍ରଦେଶ ରାଜ୍ୟର ଅମନ ପାଣ୍ଡେ (୨୪)ଙ୍କ ନିକଟରୁ ୭୬ କିଗ୍ରା ଗଞ୍ଜେଇ ସମେତ ଗୋଟିଏ ଦାମୀକିଆ କାର ଓ ମୋବାଇଲ ଜବତ କରିଛି। ଅଭିଯୁକ୍ତ ଗଞ୍ଜେଇ ଗୁଡିକୁ ଉତ୍ତର ପ୍ରଦେଶ ରାଜ୍ୟକୁ ଚୋରାରେ ଚାଲାଣ କରୁଥିବାର ଜଣାପଡିଛି। ଜବତ ହୋଇଥିବା ଗଞ୍ଜେଇ, କାର ଓ ମୋବାଇଲର ଆନୁମାନିକ ମୂଲ୍ୟ ୯ ଲକ୍ଷ ୬୦ ହଜାର ଟଙ୍କା ହେବ। ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ସେହିଭଳି ଦ୍ୱିତୀୟ ଘଟଣାରେ ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଛକ ଠାରେ ବିଜୁ ଏକ୍ସପ୍ରେସୱେରେ ଚେକିଂ ସମୟରେ ଫୁଲବାଣୀରୁ ବିହାର ରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ ସମୟରେ ଏକ ଦାମୀକିଆ କାର ଓ ୧ କ୍ୱିଣ୍ଟାଲ ୨୦ କିଗ୍ରା ଗଞ୍ଜେଇ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇ ଗୁଡିକର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ। ଏ ନେଇ ବିହାର ରାଜ୍ୟର ଚନ୍ଦନ କୁମାର ଓ ଶଙ୍କର ଚୌଧୁରୀଙ୍କୁ ଗିରଫ କରାଯାଇଛି। ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories