www.samajalive.in
Monday, December 8, 2025
27.1 C
Bhubaneswar

କୂଅ ପାଣି ଦୂର କରୁଛି ରୋଗ !

ବାରାଣସୀର ଧାରାନଗର ଅଞ୍ଚଳରେ ଥିବା ମୃତ୍ୟୁଞ୍ଜୟ ମହାଦେବ ମନ୍ଦିର ପରିସରରେ ଥିବା କୂଅ ପାଣିକୁ ବ୍ୟବହାର କଲେ ଅନେକ ରୋଗ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହି ବିଶ୍ବାସକୁ ଆଧାର କରି ଦେଶବିଦେଶରୁ ବହୁ ବ୍ୟକ୍ତି ଏହି କୂଅରେ ଗାଧୋଇବାକୁ ଆସିଥାନ୍ତି। କୂଅ ପାଣିରେ ରୋଗ ଭଲ କରିବାର ଶକ୍ତି ଥିବା ଅନେକ ବ୍ୟକ୍ତି କହିଛନ୍ତି। ଏହି କୂଅ ପ୍ରତି ଧନନ୍ତ୍ବରୀଙ୍କ ଆଶୀର୍ବାଦ ରହିଥିବାରୁ ରୋଗ ଭଲ ହୋଇ ପାରୁଛି ବୋଲି ବିଶ୍ବାସ ରହିଛି। ଅନ୍ୟପକ୍ଷରେ ବିଭିନ୍ନ ଭୂତଳ ଜଳସ୍ରୋତର ପାଣି ଏହି କୂଅରେ ପଡୁଥିବାରୁ ସେଥିରେ ଔଷଧୀୟ ଗୁଣ ରହିଥିବା ଚର୍ଚ୍ଚା ହେଉଛି। ବାରାଣସୀ ବିଶ୍ବର ଅନ୍ୟତମ ପୁରୁଣା ସହର ହୋଇଥିବା ବେଳେ ଏଠାରେ ବହୁସଂଖ୍ୟକ ମନ୍ଦିର ରହିଛି। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ମୃତ୍ୟୁଞ୍ଜୟ ମନ୍ଦିରକୁ ଗମନାଗମନର ଉପଯୁକ୍ତ ସୁବିଧା ଥିବାରୁ ବାରାଣସୀ ବୁଲିବାକୁ ଆସିଥିବା ପର୍ଯ୍ୟଟକ ପ୍ରାୟତଃ ଏଠାକୁ ଆସିଥାନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories