www.samajalive.in
Monday, December 8, 2025
17.1 C
Bhubaneswar

ନିଟ୍‌କୁ ନେଇ ବଡ଼ ଖବର: ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଝାଡ଼ଖଣ୍ଡରୁ ଗିରଫ କଲା ସିବିଆଇ

ସମାଜ ଡିଜିଟାଲ ଡେସ୍କ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ପ୍ରଶ୍ନପତ୍ର ପ୍ରଘଟର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ବାନ୍ଧିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଝାଡ଼ଖଣ୍ଡର ହଜାରିବାଗ ଅଞ୍ଚଳରୁ ସିବିଆଇ ଏହି ମୁଖ୍ୟ ଷଡ଼ଯନ୍ତ୍ରକାରୀ ବା କିଙ୍ଗପିନ୍‌ ଅମନ ସିଂହଙ୍କୁ ଗିରଫ କରିଛି। ନିଟ୍‌ ୟୁପି ପରୀକ୍ଷାରେ ହୋଇଥିବା ଅନିୟମିତତାରେ ଅମନଙ୍କ ସମ୍ପୃକ୍ତି ରହିଥିବା ସିବିଆଇ ଏହାର ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ, ନିଟ୍‌ ଫଳାଫଳ ଜୁନ ୪ ତାରିଖରେ ପ୍ରକାଶ ପାଇଥିଲା। ଗ୍ରେସ ମାର୍କକୁ ନେଇ ବିବାଦ ଉପୁଜିବା ପରେ ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଫଳରେ ଗ୍ରେସ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀଙ୍କର ସାନି ପରୀକ୍ଷା କରାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏହା ମଧ୍ୟରେ ପ୍ରଶ୍ନପତ୍ର ପ୍ରଘଟ କଥା ସାମ୍ନାକୁ ଆସିଥିଲା। ସିବିଆଇ ଏହାର ତଦନ୍ତ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବିହାରର ଆଜେଡି ନେତା ତେଜସ୍ଵୀ ଯାଦବଙ୍କ ଘନିଷ୍ଠ ତଥା ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସମ୍ପୃକ୍ତି ରହିଥିବା ନେଇ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories