www.samajalive.in
Monday, December 8, 2025
27.1 C
Bhubaneswar

ଅଡ଼ୁଆରେ ବଲିଉଡ଼ ଅଭିନେତା, ଜୁନ୍ ୨୯ ସୁଦ୍ଧା ୧୪ କୋଟି ନଦେଲେ ଯିବେ ଜେଲ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ରାଜପାଲ ଯାଦବଙ୍କ ସମସ୍ୟା ପୁଣି ଥରେ ବଢିବାକୁ ଯାଉଛି। ଚେକ୍ ବାଉନ୍ସ ହେବା ମାମଲାରେ ମେ’ ୨୯ ତାରିଖରେ ଦିଲ୍ଲୀର କଡ଼କଡ଼ଡୁମା ଅଦାଲତ ରାଜପାଲଙ୍କୁ ଜୁନ୍‌ ୨୯ ସୁଦ୍ଧା ପ୍ରାୟ ୧୪ କୋଟି ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଳନ ନହେଲେ ରାଜପାଲ ଯାଦବଙ୍କୁ ଜେଲ୍ ଯିବାକୁ ପଡ଼ିପାରେ। ତେବେ ରାଜପାଲ ଏହି ମାମଲାରେ ଏବେ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଉଦ୍ୟୋଗପତି ମାଧୋଗୋପାଲ ଅଗ୍ରୱାଲ କହିଛନ୍ତି ଯେ, ରାଜପାଲ ଯାଦବ ୨୦୧୦ ମସିହାରେ ‘ଅତା ପତା ଲାପତା’ ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କଠାରୁ ସୁଧରେ ୫ କୋଟି ଟଙ୍କା ନେଇଥିଲେ। ସୁଧ ସମେତ ଏହି ରାଶି ୧୦ କୋଟିରେ ପହଞ୍ଚିବା ପରେ ସେ ଏହାକୁ ଫେରସ୍ତ କରିବାକୁ କହିଥିଲେ। ଅନେକ ଥର କହିବା ପରେ ରାଜପାଲ ୫ କୋଟି ଟଙ୍କାର ଚେକ୍‌ ଦେଇଥିଲେ। ଏହି ଚେକ୍ ବ୍ୟାଙ୍କରେ ଜମା ହେବା ପରେ ଏହା ବାଉନ୍ସ ହୋଇଯାଇଥିଲା। ତା’ପରେ କମ୍ପାନୀ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା।

- Advertisement -

ଏହି ମାମଲାରେ ରାଜପାଲଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା। ଦିଲ୍ଲୀର କଡ଼କଡ଼ଡୁମା ଅଦାଲତରେ ମେ’ ୨୯ରେ ଏହି ମାମଲାର ଶୁଣାଣି ହୋଇଥିଲା। ଅଦାଲତ ରାଜପାଲ ଯାଦବଙ୍କୁ ୩୦ ଦିନ ମଧ୍ୟରେ ପ୍ରାୟ ୧୪ କୋଟି ଟଙ୍କା ତାଙ୍କୁ ଦେବାକୁ ନିର୍ଦେଶ ଦେଇଥିଲେ। ମାଧୋଗୋପାଲଙ୍କ ଅନୁଯାୟୀ, ରାଜପାଲଙ୍କୁ ଏହି ରାଶି ନଦେଲେ ତିନିମାସ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ତାଙ୍କୁ ଟଙ୍କା ମିଳିନାହିଁ।

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories