www.samajalive.in
Monday, December 8, 2025
27.1 C
Bhubaneswar

ଆଠଗଡରେ ରୋଗୀସେବା ବିପର୍ଯ୍ୟସ୍ତ

ଆଠଗଡ: ଆଠଗଡ ଡାକ୍ତରଖାନାରେ ରୋଗୀ ଉପଯୁକ୍ତ ସେବା ପାଉନଥିବା ଆଠଗଡର ବହୁ ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ଏବଂ ଏଠି କିପରି ସ୍ଵାସ୍ଥ୍ୟସେବାର ଉନ୍ନତି ହୋଇପାରିବ ସେ ଦିଘମଗରେ ରାଜ୍ୟର ନୂଆ ସରକାର ପଦକ୍ଷେପ ନେବେ ବୋଲି ଆଠଗଡର ଦଳୀୟ କାର୍ଯ୍ୟାଳୟରେ ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତମାନେ କହିଛନ୍ତି। ଗତ ୨୪ ବର୍ଷର ବିଜେଡ଼ି ସରକାର ସମୟରେ ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଥିଲେ । ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ଏକ ଥଇଥାନ କେନ୍ଦ୍ର ହୋଇଛି ଏବଂ ରୋଗୀ କଲ୍ୟାଣ ସମିତିର କିଛି ସଭ୍ୟ ସ୍ବାସ୍ଥ୍ୟ ସେବା ଅପେକ୍ଷା ନିଜର ବ୍ୟକ୍ତିଗତ ଆୟ କିପରି ହୋଇ ପାରିବ ସେଥିପାଇଁ ଉଦ୍ୟମ କରୁଛନ୍ତି । ବିରୋଧମାନେ ଏହି ଘଟଣାକୁ ନେଇ ଅଯଥା ରାଜନୀତି କରୁଛନ୍ତି ବୋଲି ବିଜେପି ନେତାମାନେ କହିଥିଲେ ।
ଆସନ୍ତା ୩ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଅଧିକ୍ଷକଙ୍କ ବାସଭବନ ଘେରାଉ କରାଯିବ ବୋଲି ଅଭୟ ବିଜେପି ନେତା ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଓମସାର ରାଜ୍ୟ ନେତୃତ୍ୱ, ମୁଖ୍ୟମନ୍ତ୍ରୀ , ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଅଭୟଙ୍କ ନେତୃତ୍ୱରେ ଭେଟି ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ବିଷୟରେ ଜଣାଇବେ ବୋଲି ପ୍ରକାଶ କରିଥିଲେ। ଅଭୟ କୁମାର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ନୂତନ କୁମାର ରାଉତ, ଜଗଦ୍ଦାନନ୍ଦ ତ୍ରିପାଠୀ ଓ ଆଇନଜୀବୀ ଞାନରଞନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories