www.samajalive.in
Monday, December 8, 2025
27.1 C
Bhubaneswar

୧୦ଟଙ୍କାରୁ କମ୍‌‌ ରିଚାର୍ଜ କରି ପାଆନ୍ତୁ ଅସୀମିତ ଇଣ୍ଟରନେଟ୍‌‌: ଜାଣନ୍ତୁ କିପରି

ସମାଜ ଡିଜିଟାଲ ଡେସ୍କ: ଭାରତରେ ଏୟାରଟେଲ କମ୍ପାନୀ ଦେଉଛି ଏକ ମଜାଦାର ଅଫର୍‌‌। ମାତ୍ର ୯ଟଙ୍କାରେ ପ୍ରିପେଡ ରିଚାର୍ଜ ପ୍ଲାନ କରିଲେ ଆପାଣ ପାଇବେ ଅସୀମିତ ଇଣ୍ଟରନେଟ୍‌‌ ସେବା। ହେଲେ ଏଥିରେ କୌଣସି ଭଏସ୍‌‌ ମେସେଜର ସୁବିଧା ପାଇବେ ନାହିଁ। ଗ୍ରାହକମାନେ ଏହି ପ୍ଲାନକୁ କମ୍ପାନୀର ସାଇଟକୁ ଯାଇ ଲାଭ ଉଠାଇପାରିବେ। ଏହାର ଅବଧି କେବଳ ଏକ ଘଣ୍ଟା ପାଇଁ ରହିବ। ଏହାର ଅର୍ଥ ବିନା କୌଣସି ଅସୁବିଧାରେ ଗ୍ରାହକମାନେ ୬୦ମିନିଟ୍‌‌ ପର୍ଯ୍ୟନ୍ତ ଅସୀମିତ ଇଣ୍ଟରନେଟ୍‌‌ ଉପଭୋଗ କରିପାରିବେ। ଏଠାରେ ହାଇସ୍ପିଡ୍‌‌ ଇଣ୍ଟରନେଟ୍‌‌ ସୀମା ହେଉଛି ୧୦ଜିବି। ଏହାପରେ ସ୍ପିଡ୍‌‌ ୬୪କେବିପିଏସ୍‌‌ ଯାଏଁ କାମ କରିବ। କୌଣସି ଜରୁରୀ କାମ କରୁଥିବା ଗ୍ରାହକଙ୍କ ପାଇଁ ଏହି ପ୍ଳାନଟି ଖୁବ ଲାଭଦାୟକ ହେବ। ତେବେ ଏୟାରଟେଲ କମ୍ପାନୀ ଗୋଟିଏ ଦିନର ବୈଧିତା ସହିତ ୩୯ଟଙ୍କାର ଅସୀମିତ ପ୍ଲାନ୍‌‌ ପ୍ରଦାନ କରିଥାଏ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories