www.samajalive.in
Monday, December 8, 2025
27.1 C
Bhubaneswar

ସାନନଦୀରେ ବୁଡିଗଲେ ଯୁବକ, ମୃତଦେହ ଉଦ୍ଧାର କଲା ଦମକଳ ବାହିନୀ

ଗୁଣୁପୁର : ରାୟଗଡା ଜିଲା ଗୁଣୁପୁର ପୁଟାସିଂ ଥାନା ଅନ୍ତର୍ଗତ ମାଲାପଦର ଗ୍ରାମ ନିକଟରେ ପ୍ରବାହିତ ସାନନଦୀ (ମହେନ୍ଦ୍ର ତନୟା )ରେ ଗାଧୋଇବା ପାଇଁ ଯାଇ ଜଣେ ଯୁବକପାଣିରେ ବୁଡ଼ି ଯାଇଥିଲେ। ଯୁବକ ପାଣିରେ ବୁଡିଯାଇଥିବା ନେଇ କିଛି ଗ୍ରାମବାସୀ ଜାଣିବା ପରେ ସେଠାରେ ଅନେକ ଖୋଜାଖୋଜି କରିଥିଲେ। ଏହାପରେ ସେମାନେ ଜଣେ ଯୁବକ ସାନନଦୀରେ ବୁଡ଼ି ଯାଇଥିବା ନେଇ ଗୁଣୁପୁର ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା।  ଗୁଣୁପୁର ଦମକଳ ବାହିନୀ ପକ୍ଷରୁ ସାନନଦୀରେ ବହୁ ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ପାଣି ଭିତରୁ ଉଦ୍ଧାର କରିଥିଲେ।
ମୃତକ ଯୁବକ ଜଣକ ହେଲେ ମାଲାପଦର ଗ୍ରାମର ଲୋକନାଥ ଶବର  ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଖବରପାଇ ପୁଟାସିଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ପରେ ତଦନ୍ତ କରିଛି। ଜବତ ମୃତଦେହକୁ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories