www.samajalive.in
Thursday, December 11, 2025
27.1 C
Bhubaneswar

ନବନିର୍ବାଚିତ ସାଂସଦ, ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା

ବୌଦ୍ଧ: ଦୀର୍ଘ ୨୪ବର୍ଷର ଶାସନ ପରେ ବୌଦ୍ଧରେ ବିଜେଡିର ଗଡ଼ ଭୂଶୁଡିଥିବାବେଳେ ଶନିବାର ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପରୁଣାକଟକଠାରୁ ବୌଦ୍ଧ ଆସିବା ରାସ୍ତାରେ ଉଭୟ ସାଂସଦ ଓ ବିଧାୟକଙ୍କୁ ବିଭିନ୍ନ ସ୍ଥାନରେ ଗ୍ରାମବାସୀ ତୋରଣ ନିର୍ମାଣ କରି ସ୍ୱାଗତ କରିଥିଲେ। ବୌଦ୍ଧରେ ଉଭୟ ଲୋକପ୍ରତିନିଧି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟାଳୟରେ ପହଞ୍ଚି ସ୍ୱୟଂସେବକମାନଙ୍କ ସହିତ ଆଲୋଚନା କରିବା ପରେ ଭୈରବୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ଟାଉନହଲଠାରେ ନାଗରିକ କମିଟିର ସଂପାଦକ ବିଶ୍ୱେଶ୍ୱର ପୃଷ୍ଟି ଓ ବରିଷ୍ଠ ସାମ୍ବାଦିକ ଦେବାଶିଷ ପୁରୋହିତଙ୍କ ଆବାହକତ୍ୱରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ସାଂସଦ ପାଣିଗ୍ରାହୀ ଓ ବୌଦ୍ଧ ବିଧାୟକ ପ୍ରଧାନ ଯୋଗଦେଇ ସେମାନଙ୍କୁ ନିର୍ବାଚିତ କରି ସେବା କରିବାର ସୁଯୋଗ ଦେଇଥିବାରୁ ଜିଲାବାସୀଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ ସାଂସଦ ପାଣିଗ୍ରାହୀ ଜିଲାବସୀଙ୍କ ଦାବିଗୁଡିକ ସଂସଦରେ ଉଠାଇବା ସହ ଲୋକଙ୍କ ସେବାରେ ସାମିଲ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ନବନିର୍ବାଚିତ ବିଧାୟକ ପ୍ରଧାନ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରର ପତନ ହୋଇସାରିଥିବାବେଳେ ଜିଲାକୁ ବିକାଶ ଦିଗରେ ଆଗେଇନେବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଶେଷ ଭାବରେ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ସୁବିଧା ଯୋଗାଇଦେବାକୁ ସେ ପ୍ରାଥମିକତା ଦେବେ ବୋଳି ପ୍ରତିଶ୍ରୁତି ଦେବା ସହିତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ତୁରନ୍ତ ସରକାରୀ ମାନ୍ୟତା ପ୍ରଦାନ, ଅଧିକ ସଂଖ୍ୟାରେ ମହାବିଦ୍ୟାଳୟ ଖୋଲି ଉଚ୍ଚଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ।

- Advertisement -

ଉଭୟ ଲୋକପ୍ରତିନିଧିଙ୍କୁ ବରିଷ୍ଠ ନାଗରିକ ମଞ୍ଚ, ନାଗରିକ କମିଟି, ଜିଲା ସାମ୍ବାଦିକ ସଂଘ, ପ୍ରେସ କ୍ଲବ, ବ୍ରାହ୍ମଣ ସମାଜ ସମେତ ଜିଲାର ବିଭିନ୍ନ ପ୍ରମୁଖ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ନାଗରିକ କମିଟି ସଂପାଦକ ବୌଦ୍ଧ ନାଗରିକ କମିଟି ପକ୍ଷରୁ ଅତୀତରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉଭୟ ଲୋକ ପ୍ରତିନିଧିଙ୍କୁ ଅବଗତ କରାଇବା ସହିତ ଆହୁରି ଅନେକ ଦାବି ଓ ସମସ୍ୟା ଦିଗରେ ସହଯୋଗ କରିବାକୁ ନିବେଦନ କରିଥିଲେ। ଉଭୟ ନେତା ପୁରୁଣାକଟକସ୍ଥିତ ମା ଭୈରବୀଙ୍କ ଦର୍ଶନ କରିବା ପରେ ପୁରୁଣାକଟକ ମେଡିକାଲକୁ ଯାଇ ରୋଗୀ ସେବା ଉପରେ ପଚାରି ବୁଝିବା ସହ ଫଳ ବଣ୍ଟନ କରିଥିଲେ। ପରେ ଚାରିଛକ ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ସେଠାରୁ ବୌଦ୍ଧ ଗସ୍ତ ସମୟରେ ଲୁଣିବାହାଲ, ବୀରନରସିଂହପୁର, ରାଧାନଗର, ବାମଣ୍ଡା, ସରସରା ଓ ବୁଟୁପାଲିଠାରେ ଦଳୀୟ କର୍ମୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା। ମଞ୍ଚକୁ ଦେବାଶିଷ ପୁରୋହିତ ପରିଚାଳନା କରିଥିବା ବେଳେ ବରିଷ୍ଠ ବିଜେପି ନେତା ଅକ୍ଷୟ କୁମାର ସାହୁ ଓ ସୁଶାନ୍ତ କୁମାର ପ୍ରଧାନ ମଞ୍ଚାସୀନ ଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories