ନୂଆଦିଲ୍ଳୀ: ଏଣିକି ଚୋରାଚାଲାଣକାରୀମାନେ ଆଉ ନିର୍ଭୟରେ ଚୋରା ସାମଗ୍ରୀ ନେଇ ବିମାନବନ୍ଦରରୁ ଖସି ଯାଇପାରିବେ ନାହିଁ। ସେମାନଙ୍କ ସବୁ ଚତୁରତା ଧରାପଡ଼ିବ। ଭାରତର ସବୁ ବିମାନ ବନ୍ଦରରେ ବଡି ସ୍କାନର ପ୍ରକ୍ରିୟା ଲାଗୁ ହେବ। ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ଏଥିପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ତର୍ଜମା ପରେ ଖୁବ୍ ଶୀଘ୍ର ଏଥିପାଇଁ ଉପକରଣ ଲାଗିବ।
ପରିବର୍ତ୍ତିତ ସମୟରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କମ୍ ସମୟ ଭିତରେ ଯାଞ୍ଚ କରିବାରେ ସମସ୍ୟା ଉପୁଜୁଛି। ମାନବ ସମ୍ବଳ ଅଭାବ ଯୋଗୁଁ ଚୋରାଚାଲାଣ ବୃଦ୍ଧି ପାଉଛି। ଚୋରାଚାଲାଣକାରୀମାନେ ଶରୀରର ବିଭିନ୍ନ ଅଂଶରେ ମୂଲ୍ୟବାନ ଧାତୁ ରଖି ସୁରକ୍ଷାକମୀଙ୍କ ଆଖିରେ ଧୂଳି ଦେଇ ଚାଲି ଯାଉଛନ୍ତି। ସେମାନଙ୍କୁ ଧରିବାକୁ ଅଧିକ ସୁରକ୍ଷା କର୍ମୀ ନିୟୋଜନ ଜନିତ ଖର୍ଚ୍ଚ ତୁଳନାରେ ବୈଷୟିକ ଉପାୟରେ ଯାତ୍ରୀଙ୍କ ଯାଞ୍ଚ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଭାରତୀୟ ଅଣୁ ଶକ୍ତି ନିୟନ୍ତ୍ରଣ ବୋର୍ଡ ବଡି ଟ୍ରାନ୍ସମିସନ୍ ସ୍କାନର ପାଇଁ ଅନୁମତି ଦେଇ ନାହାନ୍ତି। ତେଣୁ ସ୍କାନର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ ଏହି ସବୁ ପ୍ରତିବନ୍ଧକ ଦୂର କରିବାକୁ ପଡ଼ିବ ବୋଲି କୁହାଯାଉଛି।
ବିମାନବନ୍ଦରରେ ଲାଗିବ ବଡି ସ୍କାନର
Popular Categories



