www.samajalive.in
Sunday, December 7, 2025
15.1 C
Bhubaneswar

କଳ୍କି ୨୮୯୮ ଏଡି ; ପୁଣି ପ୍ରଭାସଙ୍କ ଦମଦାର୍ ଆକ୍ସନ୍ ମୋଡ୍, ଜୁନ୍ ୨୭ରେ ଦେଖିବେ ପ୍ରେକ୍ଷାଳୟରେ..

ମୁମ୍ବଇ : ‘କଳ୍କୀ ୨୮୯୮ ଏଡି’ ର ଗୋଟିଏ ପରେ ଗୋଟିଏ ଟ୍ରେଲର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ଉତ୍କଣ୍ଠା ବଢିବାକୁ ଲାଗିଛି। ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବହୁ ପ୍ରତୀକ୍ଷିତ ଆଗାମୀ ଚଳଚ୍ଚିତ୍ର ‘କଳ୍କୀ ୨୮୯୮ ଏଡି’ ପାଇଁ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି। କେବଳ ଏତିକି ନୁହେଁ, ପ୍ରଶଂସକମାନେ ମଧ୍ୟ ଦୀର୍ଘ ସମୟ ଧରି ଫିଲ୍ମର ଟ୍ରେଲରକୁ ଅପେକ୍ଷା କରି ରହିଛନ୍ତି। ଯାହାକି ଶେଷ ହୋଇଛି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ପ୍ରଭାସ, ଦୀପିକାଙ୍କ ବ୍ୟତୀତ ଦିଶା ପାଟାନି, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଭଳି ଅଭିନେତା ନଜର ଆସିବେ।

- Advertisement -

ପୌରାଣିକ କାହାଣୀ ଉପରେ ଆଧାରିତ ଏହା ଏକ ବିଜ୍ଞାନ କଳ୍ପନା ଚଳଚ୍ଚିତ୍ର, ଯାହା ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ୬୦୦ କୋଟି ଟଙ୍କାରେ ନିର୍ମିତ ଏହା ଏକ ମେଗା ବଜେଟ୍ ଫିଲ୍ମ ଅଟେ। ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ମାତ୍ରେ ଦର୍ଶକଙ୍କ ଉତ୍ସାହ ବଢିଛି। କେବଳ ଏତିକି ନୁହେଁ, ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଏବଂ ଆକ୍ସନ୍-ପ୍ୟାକ୍ ହୋଇଥିବା ଟ୍ରେଲର ଫିଲ୍ମ ପାଇଁ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ଟ୍ରେଲରକୁ ବହୁତ ପସନ୍ଦ କରାଯାଉଛି। ଟ୍ରେଲର ଅନୁଯାୟୀ, ଦର୍ଶକମାନେ ଫିଲ୍ମରୁ ଯାହା ଆଶା କରିଥିଲେ ତାହାଠାରୁ ଅଧିକ ପ୍ରମାଣିତ ହେବାକୁ ଯାଉଛି।

ପ୍ରଭାସ ଫିଲ୍ମର ଦମଦାର୍ ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଜୁନ୍ ୨୭, ୨୦୨୪ରେ ପ୍ରେକ୍ଷାଳୟରେ ଦେଖା ହେବ ବୋଲି ଲେଖିଛନ୍ତି। କିଛି ସମୟ ପୂର୍ବରୁ ରିଲିଜ୍ ହୋଇଥିବା ଏହି ଟ୍ରେଲରକୁ ବହୁ ସଂଖ୍ୟାରେ ଭ୍ୟୁ ମିଳିଛି। ଏଭଳି ପରିସ୍ଥିତିରେ ଫିଲ୍ମର ଟ୍ରେଲର ପ୍ରଶଂସକଙ୍କ ହୃଦୟ ଜିତିଛି ବୋଲି କହିବା ଭୁଲ ହେବ ନାହିଁ। ଏଥି ସହିତ, ରିଲିଜ୍ ହୋଇଥିବା ଟ୍ରେଲରରେ ଦର୍ଶାଯାଇଛି ଯେ ସମଗ୍ର ବିଶ୍ୱରୁ ସବୁକିଛି ଛଡ଼ାଇ ନିଆଯାଇଛି ଏବଂ ବର୍ତ୍ତମାନ ଏହି ଜଗତର ପ୍ରଥମ ସହର ହେଉଛି କାଶୀ।
ଚଳଚ୍ଚିତ୍ର ଅନୁଯାୟୀ, ଅଶ୍ୱତ୍ଥାମା ଚରିତ୍ରରେ ନଜର ଆସିଥିବା ଅମିତାଭ ବଚ୍ଚନଙ୍କ କାନ୍ଧରେ ଦୁନିଆକୁ ରକ୍ଷା କରିବାର ଦାୟିତ୍ୱ ଓ ଦୀପିକାଙ୍କ ଗର୍ଭରୁ ଜନ୍ମ ନେବାକୁ ଯାଉଛନ୍ତି ଭଗବାନ। ଟ୍ରେଲର ଦେଖିବା ପରେ ଅନୁମାନ କରାଯାଉଛି ଚଳଚ୍ଚିତ୍ରର କାହାଣୀ ୨ଟି ଯୁଗର। ଯେଉଁଥିରେ ପୁରାଣ ଓ ବିଜ୍ଞାନର ମିଶ୍ରଣ ଦେଖିବାକୁ ମିଳିବ। ତେଣୁ ଏହି ଫିଲ୍ମର ନାମ କଳ୍କି ୨୮୯୮ ଏଡି। ଚଳିତ ମାସ ଜୁନ୍ ୨୭ରେ ପ୍ରେକ୍ଷାଳୟକୁ ଆସିବ। ୩ ମିନିଟ୍ ୨ ସେକେଣ୍ଡର ଏହି ଟ୍ରେଲରରେ ଏଭଳି ଅନେକ ଦୃଶ୍ୟ ରହିଛି। ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁଛି।

୧୫ ଜୁନରୁ ୪ଟି ରାଜଯୋଗ ; ୫ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ; ଖାଲି ମିଳିବ ସଫଳତା, ଧନ, ଖୁସି ଖବର.. 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories