ୟାମାହା ଆଣିଲା ନୂଆ ସ୍କୁଟର, ବଟନ ଦବାଇ ଗାଡି କେଉଁଠି ଅଛି ଜାଣିପାରିବେ
ନୂଆଦିଲ୍ଲୀ : ଯଦି ଆପଣ ନିକଟ ଭବିଷ୍ୟତରେ ନୂଆ ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରି । ମୋଟରସାଇକେଲ ନିର୍ମାତା କମ୍ପାନୀ ୟାମାହା ମୋଟର ଭାରତୀୟ ବଜାରରେ ଫସିନୋ ଏସ୍ ନାମକ ଏକ ନୂଆ ସ୍କୁଟର ନେଇଆସିଛି । କମ୍ପାନୀ ଏହି ସ୍କୁଟର ନିଜ ‘ଦ କଲ୍ ଅଫ୍ ବ୍ଲୁ ବ୍ରାଣ୍ଡ୍ କ୍ୟାମ୍ପେନ୍’ ଅନୁସାରେ ବଜାର ପ୍ରବେଶ କରିଛି । ୟାମାହା ଫସିନୋ ଏସ୍ ସ୍କୁଟରର ଖାସ୍ କଥା ହେଉଛି କି ଏହା ‘ଆନ୍ସର ବ୍ୟାକ୍’ ଫିଚର ସହ ଆସିଛି । ଏହି ପ୍ରିମିୟମ୍ ସ୍କୁଟର ୟାମାହାର ପୋର୍ଟଫୋଲିଓରେ ୟୁନିକ୍ ବିକଳ୍ପ ଯୋଡୁଛି । ଗ୍ରାହକଙ୍କୁ ଏଥିରେ ନାଲି, କଳା ଓ ବ୍ଲୁ ରଙ୍ଗରେ କିଣିପାରିବେ । ଆସନ୍ତୁ ଏହି ସ୍କୁଟରର ଫିଚର୍ସ, ପାଓ୍ବରଟ୍ରେନ୍ ଏବଂ ଦାମ୍ ସମ୍ପର୍କରେ ଜାଣିବା ।
ଏଥିରେ ‘ଆନ୍ସର ବ୍ୟାକ୍’ ଏକ ଖାସ୍ ଫିଚର ଆସିଛି । ଗ୍ରାହକ ୟାମାହାର ମୋବାଇଲ ଆପ୍ଲିକେସନ ଜରିଆରେ ଏହି ଫିଚର ‘ୟାମାହା ସ୍କୁଟର ଆନ୍ସର ବ୍ୟାକ୍’କୁ ବ୍ୟବହାର କରିପାରିବେ । ଆପ୍ଲିକେସନରେ ‘ଆନ୍ସର ବ୍ୟାକ୍’ ବଟନ ଦବାଇ ଡ୍ରାଇଭର ସହଜରେ ନିଜ ସ୍କୁଟର କେଉଁଠି ଅଛି ଜାଣିପାରିବେ । ଏହି ଆପ୍ଲିକେସନକୁ ଗୁଗଲ ପ୍ଲେ ଷ୍ଟୋର ବା ଆପ୍ ଷ୍ଟୋରରୁ ସହଜରେ ଇନଷ୍ଟଲ କରିପାରିବେ । କହିରଖୁଛୁ ୟାମାହା ଫସିନୋ ଏସ୍ ସ୍କୁଟରରେ ଏୟାର କୁଲ୍ଡ ଏଫଆଇ ୧୨୫ ସିସି ହାଇବ୍ରିଡ୍ ଇଞ୍ଜିନ ଦିଆଯାଇଛି । ଏହା ଟ୍ରାଫିକ ମୋଡ୍ ସହିତ ଆଡଭାନ୍ସ ଅଟୋମେଟିକ୍ ଷ୍ଟପ୍ ଏବଂ ଷ୍ଟାର୍ଟ ସୁବିଧା ସହିତ ଆସିବ । ଏହା ଫଳରେ ଗାଡି ଅଧିକ ମାଇଲେଜ୍ ପ୍ରଦାନ କରିବ । କମ୍ପାନୀ ଏହାର ଦାମ୍ ୯୩,୭୩୦ ଟଙ୍କା ରଖିଛି । ତେବେ ବ୍ଲୁ ରଙ୍ଗର ସ୍କୁଟରର ଦାମ୍ ୯୪,୫୩୦ ଟଙ୍କାରେ ବଜାରକୁ ଆଣିଛି କମ୍ପାନୀ ।
Comments are closed.