www.samajalive.in
Monday, December 8, 2025
27.1 C
Bhubaneswar

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଲମପୁର: କଲମପୁର ବେଲପଡାଠାରେ ସୋମବାର ସକାଳେ ଜନୈକ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଫଳରେ ଘର ଜଳିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ସୂଚନା ଅନୁସାରେ, କଲମପୁର ବେଲପଡାରେ ରହୁଥିବା ଭାଗୀରଥି ମାଝୀଙ୍କ ଘରେ କେହି ନଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ପଡ଼ୋଶୀ ଲୋକ ଘରେ ନିଆଁ ଜଳୁଥିବା ଦେଖି ତୁରନ୍ତ ଭାଗୀରଥିଙ୍କୁ ଖବର ଦେଇଥିଲେ। ଏହାସହ ସ୍ଥାନୀୟ ଲୋକେ ପାଣି ଢ଼ାଳି ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ। ଏନେଇ ତୁରନ୍ତ କଲମପୁର ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦେଇଥିଲେ। ପବିତ୍ର କୁମାର ବେହେରା, ନିର୍ମଳ ତରିଆ, ଗଜାନନ ମାଝୀ, ସୌରଭ ବେହେରା ଏବଂ ପ୍ରେମ ଲାକ୍ରା ପ୍ରମୁଖ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଣି ସିଞ୍ଚନ କରି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ଘଟଣା ସମ୍ବନ୍ଧରେ ଭାରପ୍ରାପ୍ତ ତହସିଲଦାର ମୋହନ ଜେନା ସୂଚନା ପାଇ ତୁରନ୍ତ କ୍ଷୟକ୍ଷତି ଆକଳନ କରିବା ପାଇଁ ରାଜସ୍ୱ ନିରୀକ୍ଷକ ଅର୍ଚ୍ଚନା ସାହୁଙ୍କୁ ପରାମର୍ଶ ଦେଇଥିଲେ। ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories