www.samajalive.in
Monday, December 8, 2025
27.1 C
Bhubaneswar

କଳଙ୍କି ଖାଉଚି ସ୍ୱାଗତ ତୋରଣ

ପିପିଲି:ସରକାରୀ ସଂପତ୍ତିର ସୁରକ୍ଷା କରିବାର ମୁଖ୍ୟ ଦାୟିତ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କର ହୋଇଥିବା ବେଳେ ପିପିଲି ପୌରାଞ୍ଚଳରେ ରାସ୍ତା କଡରେ ପଡିରହିଥିବା ଏକ ସ୍ୱାଗତ ତୋରଣ କଳଙ୍କି ଖାଇବାକୁ ନେଇ ପୌରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପିପିଲି ପୌରାଞ୍ଚଳର ସୌନ୍ଦର୍ଯ୍ୟକରଣ ବୃଦ୍ଧି ସାଙ୍ଗକୁ ବାହାର ଅଞ୍ଚଳବାସୀଙ୍କୁ ସ୍ୱାଗତ କରିବାକୁ ଏହାର ମୁଖ୍ୟ ପ୍ରବେଶପଥ ସମେତ ଖଣ୍ଡିଆଗିରି ଠାରେ ସରକାରଙ୍କ ପକ୍ଷରୁ ୨ଟି ସ୍ୱାଗତ ତୋରଣ ନିର୍ମାଣ କରାଯାଇଥିଲା। ପ୍ରତି ସ୍ୱାଗତ ତୋରଣ ବାବଦରେ ୧୫ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ମୋଟା ଲୁହା ଖମ୍ବ ଉପରେ ଏହି ସ୍ୱାଗତ ତୋରଣ ଲଗାଯାଇଥିଲା। ତେବେ ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାକୁ ୪ଲେନ୍‌‌ କରାଯିବା ସମୟରେ ଗତ ନଭେମ୍ବର ମାସରେ ଖଣ୍ଡିଆଗିରି ଠାରେ ରାସ୍ତା ଉପରେ ଥିବା ସ୍ୱାଗତ ତୋରଣକୁ କଢା ଯାଇ ରାସ୍ତା ପାଶ୍ୱର୍ରେ ଫୋପାଡି ଦିଆଯାଇଥିଲା।

- Advertisement -

ରାସ୍ତା ନିର୍ମାଣ କାର୍ଯ୍ୟ ସରିବା ପରେ ଉକ୍ତ ସ୍ୱାଗତ ତୋରଣକୁ ପୁନର୍ବାର ସେହି ସ୍ଥାନରେ ଲଗାଯିବ ବୋଲି ଏନ୍‌‌ଏସି ପକ୍ଷରୁ କୁହାଯାଇଥିଲା। ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ସରିବାର ଇତି ମଧ୍ୟରେ ୪ମାସରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ଉକ୍ତ ସ୍ୱାଗତ ତୋରଣକୁ ପୁନଃ ସ୍ଥାପନ କରାଯାଇନାହିଁ। ଫଳରେ ରାସ୍ତା କଡରେ ସ୍ୱାଗତ ତୋରଣ ପଡି ରହିଥିବା ବେଳେ ତାର ଚତୁଃପାଶ୍ୱର୍ରେ ଛୋଟଛୋଟ ଗଛଲତା ମାଡି ଗଲାଣି।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍ୱାଗତ ତୋରଣର ଲୁହା ପାଇପ ଗୁଡିକ ମାଟି ସଂସ୍ପର୍ଶରେ ଆସି କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଏଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧି କିମ୍ବା କୌଣସି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନପଡିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ତୁରନ୍ତ ଏହାର ଆବଶ୍ୟକ ମରାମତି ସହ ଏହାକୁ ପୁନଃ ସ୍ଥାପନ କରିବାକୁ ପୌରବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories